ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ବେବି ପାଉଡରରେ କର୍କଟ ରୋଗ ସୃଷ୍ଟିକାରୀ ତତ୍ତ୍ୱ

ନୂଆଦିଲ୍ଲୀ : ପ୍ରଡକ୍ଟକୁ ନେଇ ପୁଣି ବିବାଦ ଘେରକୁ ଆସିଛି ଆମେରିକୀୟ କମ୍ପାନି ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌। ଆମେରିକାର ସ୍ୱାସ୍ଥ୍ୟ ନିୟାମକ ପ୍ରଡକ୍ଟ ଯାଞ୍ଚ କରି ଆଜବେଷ୍ଟସ୍‌ର ମାତ୍ରା ଅଧିକ ଥିବା କହିବାରୁ କମ୍ପାନି ବଜାରରୁ ୩୩,୦୦୦ ବେବି ପାଉଡରକୁ ଫେରାଇ ନେଇଥିବା ଜଣାପଡ଼ିଛି। କାରଣ ଏଥିରେ ଆଜ୍‌ବେଷ୍ଟସ୍‌ରେ କାର୍ସିନୋଜେନ ରହିଛି ଯାହା ଶରୀରରେ କର୍କଟ ରୋଗ ସୃଷ୍ଟି କରିଥାଏ। ପୂର୍ବରୁ କମ୍ପାନିର ସାମ୍ପୁ ଓ ଅନ୍ୟ ପ୍ରଡକ୍ଟରେ ହାନିକାରକ ତତ୍ତ୍ୱ ରହିଥିବା ଲୋକେ ଅଭିଯୋଗ କରିଥିଲେ। ପ୍ରଡକ୍ଟ ଯାଞ୍ଚ ପରେ ଲୋକଙ୍କ ଅଭିଯୋଗ ସତ ବୋଲି ପ୍ରମାଣ ହୋଇଛି।

ମତାମତ ଦିଅନ୍ତୁ ।