ଜମ୍ମୁକଶ୍ମୀରର ପ୍ରତି ପଞ୍ଚାୟତରେ ଉଡ଼ିବ ତ୍ରିରଙ୍ଗା

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଅବସରରେ ଜମ୍ମୁ କଶ୍ମୀରର ପ୍ରତି ପଞ୍ଚାୟତରେ ଜାତୀୟ ପତାକା ତ୍ରିରଙ୍ଗା ଉଡ଼ାଇବ ବିଜେପି । ଏପରି ଘୋଷଣା କରିଛନ୍ତି ବିଜେପିର ରାଜ୍ୟ ମୁଖ୍ୟ ରବୀନ୍ଦ୍ର ରୈନା । ସେ କହିଛନ୍ତି ବର୍ତ୍ତମାନ ରାଜ୍ୟରେ ସ୍ଥିତି ଠିକ୍‌ଠାକ୍‌ ଅଛି, ତେଣୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ସ୍ୱାଧୀନତା ଦିବସକୁ ପାଳନ କରିବା ପାଇଁ ବିଜେପି ଜମ୍ମୁକଶ୍ମୀରର ପ୍ରତି କୋଣ ଅନୁକୋଣରେ ଏବଂ ପ୍ରତି ପଞ୍ଚାୟତରେ ତ୍ରିରଙ୍ଗା ଉତ୍ତୋଳନ କରାଇବ, ଠିକ୍‌ ଯେମିତି ସାରା ଦେଶରେ ହୁଏ। ଏହା ଆମର ରାଷ୍ଟ୍ରୀୟ ପର୍ବ ଏବଂ ଏହାକୁ ଆମେ ଧୁମ୍‌ଧାମ୍‌ରେ ପାଳନ କରିବୁ।”

ଧାରା ୩୫-ଏକୁ ନେଇ ଶ୍ରୀ ଜୈନ କହିଛନ୍ତି, “ଏହାକୁ ବାହାନା କରି ରାଜନୀତିକ ଦଳମାନେ ଏ ରାଜ୍ୟକୁ ଲୁଟି ଆସୁଛନ୍ତି। ଏବେ ଏମିତି ହେବାକୁ ଦିଆଯିବନି। ସମ୍ବିଧାନର ଧାରା ୩୭୦ ଏବଂ ଧାରା ୩୫-ଏରେ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ବଳି ଚଢ଼ାଇ ଦିଆଯାଇଛି।” ସେହିପରି ରାଜ୍ୟରେ ଅତିରିକ୍ତ ସେନା ମୁତୟନକୁ ନେଇ କେହି ବ୍ୟସ୍ତ ହେବାର ନାହିଁ କହି ସେ ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି, ସେମାନେ ଆମ ଦେଶର ଯବାନ ଏବଂ ଆମ ସୁରକ୍ଷା ପାଇଁ ହିଁ ସେମାନେ ଅଛନ୍ତି।

ମତାମତ ଦିଅନ୍ତୁ ।