ଜମ୍ମୁ-କାଶ୍ମୀରର ପ୍ରଥମ ଲ୍ୟୁଟନାଣ୍ଟ ଗଭର୍ଣ୍ଣର ହେଲେ ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ

ନୂଆଦିଲ୍ଲୀ : ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଜମ୍ମୁ ଓ କାଶ୍ମୀରର ପ୍ରଥମ ଲ୍ୟୁଟନାଣ୍ଟ ଗଭର୍ଣ୍ଣର। ଲଦାଖର ଲ୍ୟୁଟନାଣ୍ଟ ଗଭର୍ଣ୍ଣର ହୋଇଛନ୍ତି ପୂର୍ବତନ ଆଇଏଏସ୍ ରାଧାକୃଷ୍ଣ ମାଥୁର। ଏହି ନିଯୁକ୍ତି ଦେଇଛି କେନ୍ଦ୍ର ଗୃହମନ୍ତ୍ରାଳୟ। ପୂର୍ବରୁ ରାଜ୍ୟର ରାଜ୍ୟପାଳ ଥିବା ସତ୍ୟପାଲ ମଲ୍ଲିକଙ୍କୁ ଗୋଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ମୟୂରଭଞ୍ଜ ବେତନଟୀ ବାସିନ୍ଦା ଗିରୀଶ ଚନ୍ଦ୍ର ମୁର୍ମୁ ପୂର୍ବରୁ ଗୁଜରାଟ କ୍ୟାଡର ଆଇଏଏସ ଅଧିକାରୀ ଥିଲେ। ଏଥିସହ ସେ କେନ୍ଦ୍ର ଅର୍ଥମନ୍ତ୍ରାଳୟରେ ବିନିଯୋଗ ବିଭାଗର ସଚିବ ଭାବେ କାର୍ଯ୍ୟ କରିଥିଲେ।

ମତାମତ ଦିଅନ୍ତୁ ।