ଜାଣନ୍ତୁ ଗର୍ଭାଶୟ କର୍କଟର କାରଣ, ଲକ୍ଷଣ ଓ ଉପଚାର

{ Drx. Gyana Ranjan Swain } ଗର୍ଭାଶୟ କର୍କଟ ଏମିତି ରୋଗ ଯାହା ମହିଳାଙ୍କ ପାଖରେ କୌଣସି ବି ବୟସର ଦେଖା ଯାଇଥାଏ । ୫୦ବର୍ଷରୁ ଅଧିକ ବୟସର ମହିଳାଙ୍କ ପାଖରେ ଏହି ରୋଗ ହେବାର ଆଶଙ୍କା ଅଧିକ ରହିଥାଏ । କିନ୍ତୁ କିଛି ମହିଳା ଏହି ରୋଗର ଲକ୍ଷଣକୁ ଅଣଦେଖା କରି ତାକୁ ବଢ଼ିବାକୁ ଦେଇଥାନ୍ତି, ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ଭୟଙ୍କର ରୂପ ଧାରଣ କରିଥାଏ । ତେବେ ଆସନ୍ତୁ ଜାଣିବା ଏହାର କାରଣ, ଲକ୍ଷଣ ଓ ଉପଚାର :



ଗର୍ଭାଶୟ କର୍କଟର କାରଣ :-

୧.ମାସିକ ଧର୍ମ ଶୀଘ୍ର ହେବା

୨.୫୦ ବର୍ଷ ବୟସ ପରେ ମନୋପଜ ହେବା ( ମନୋପଜ ହେଉଛି ଗର୍ଭାଶୟ ଅଣ୍ଡା ପସ୍ତୁତ କରିବାକୁ ଅକ୍ଷମ ହେବା )

୩. ଧୂମପାନ କରିବା

୪. ମୋଟାପଣ

୫. ଅଧିକ ଔଷଧ ସେବନ



ଏହାର ଲକ୍ଷଣ :-

୧. ଗର୍ଭାଶୟ କର୍କଟ ହେଲେ ପେଟରେ ଏକ ତରଳ ପଦାର୍ଥ ଭଳି ଜିନିଷ ତିଆରି ହୋଇଥାଏ, ଯାହା ପାଇଁ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ ହୋଇଥାଏ ।

୨.କିଛି କାମ ନ କରି ଥକାପଣ ଅନୁଭବ ହେବା ବା ଦରକାରଠାରୁ ଅଧିକ ନିଦ ଲାଗିବା ଗର୍ଭାଶୟ କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ହୋଇଥାଏ ।

୩.ବାରମ୍ବାର ପରିଶ୍ରା ଲାଗିବା ବା ପରିଶ୍ରାରେ ରକ୍ତ ଆସିବା ଗର୍ଭାଶୟ କର୍କଟର ଲକ୍ଷଣ ହୋଇପାରେ ।

୪.ପେଟ ଫୁଲିବା,ଦରଜ ହେବା ବା ଖାଦ୍ୟ ହଜମ ନ ହେବା ଭଳି ଲକ୍ଷଣ ଗର୍ଭାଶୟ କର୍କଟର ଲକ୍ଷଣ ହୋଇଥାଏ ।



ଏହାର ଉପଚାର :-

୧.ତମାଖୁ ସେବନ ନ କରିବା

୨.ମଦଠାରୁ ନିଜକୁ ଦୂରେଇ ରଖିବା

୩.ମାଂସ ଭୋଜନ କମ କରିବା

୪.ଓଜନକୁ ନିୟନ୍ତ୍ରଣରେ ରଖିବା

୫. ଅଧିକ ଫଳ ଏବଂ ସବୁଜ ପନିପରିବା ଖାଇବା

ମତାମତ ଦିଅନ୍ତୁ ।