ଜାତୀୟ ସେବା ଯୋଜନାର ରାଜ୍ୟସ୍ତରୀୟ ପ୍ରତିଯୋଗିତା

ଭୁବନେଶ୍ୱର : ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ କମଳା ନେହେରୁ ମିହଳା ମହାବିଦ୍ୟାଳୟରେ ଆଜି ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଶତବାର୍ଷିକୀ ଏବଂ ଜାତୀୟ ସେବା ଯୋଜନର ସୁବର୍ଣ୍ଣ ଜୟନ୍ତୀ ଅବସରରେ ସଂଗୀତ, ନୃତ୍ୟ, ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୧୦୦ ଜଣ ସେ୍ୱଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପରିଷଦର ଅଧ୍ୟକ୍ଷ ଶ୍ଅମରେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସଚିବ ସୁବ୍ରତ କୁମାର ପଣ୍ଡା, ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଦେବଜାନୀ ଧଳ, ମହାବିଦ୍ୟାଳୟର ଅଧ୍ୟକ୍ଷ ଶିକାନ୍ତ କୁମାର ମିଶ୍ର ପ୍ରମୁଖ ଯୋଗଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ସ୍ଵେଚ୍ଛାସେବୀମାନେ ମହାତ୍ମା ଗାନ୍ଧୀଙ୍କର ଦାର୍ଶନିକ ଚିନ୍ତାଧାରା, ସ୍ୱଚ୍ଛତା ଓ ସମାଜସେବା ସମ୍ବନ୍ଧରେ ବିଭିନ୍ନ ପ୍ରତିଯୋଗିତାରେ ସେମାନଙ୍କ ପାରଦର୍ଶିତା ପ୍ରତିପାଦିତ କରିଥିଲେ। ଏହି ଦିନିକିଆ କାର୍ଯ୍ୟକ୍ରମକୁ ପରିଷଦର କାର୍ଯ୍ୟକ୍ରମ ସଂଯୋଜକ ଡ. ଦୀପକ କୁମାର ବେହେରା, କମଳା ନେହେରୁ ମହାବିଦ୍ୟାଳୟର ଡ.ସୁଶାନ୍ତ କୁମାର ପଟ୍ଟନାୟକ, ଡ. ବିନିତା ମହାନ୍ତି ଓ ଡ. ଭାନୁପ୍ରିୟା ଦାଶ ସୁଚାରୁ ରୂପେ ପରିଚାଳନା କରିଥିଲେ।

ମତାମତ ଦିଅନ୍ତୁ ।