ଜିବି ହ୍ଵାଟ୍ସଆପ ଓ ହ୍ଵାଟ୍ସଆପ ପ୍ଲସ ବ୍ୟବହାର କରୁଥିଲେ ବ୍ଲକ ହେବ ହ୍ୱାଟ୍ସଆପ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି କେହି ହ୍ଵାଟ୍ସଆପର ତୃତୀୟ ପକ୍ଷ ଆପ ଜିବି ହ୍ଵାଟ୍ସଆପ ଓ ହ୍ଵାଟ୍ସଆପ ପ୍ଲସର ବ୍ୟବହାର କରୁଥାନ୍ତି ତେବେ ସତର୍କ ହୋଇଯାନ୍ତୁ। କାରଣ ହ୍ଵାଟ୍ସଆପ ଆପଣଙ୍କ ଆକାଉଣ୍ଟକୁ ବ୍ଳକ କରିଦେଇପାରେ। ହ୍ଵାଟ୍ସଆପର ସର୍ତ୍ତ ନ ମାନିଲେ ଆକାଉଣ୍ଟକୁ ମଧ୍ୟ ସାମୟିକ ବ୍ଳକ କରାଯାଇ ପାରେ।

ଆସନ୍ତୁ ଜାଣିବା ହ୍ଵାଟ୍ସଆପର କଣ ରହିଛି ସର୍ତ୍ତ। ହ୍ଵାଟ୍ସଆପ ତାର ନିୟମରେ ଉଲ୍ଲେଖ କରିଛି ଯଦି କେହି ବ୍ୟବହାରକାରୀ ହ୍ଵାଟ୍ସଆପର ତୃତୀୟ ପକ୍ଷ ଆପ ଜିବି ହ୍ଵାଟ୍ସଆପ ଓ ହ୍ଵାଟ୍ସଆପ ପ୍ଲସର ବ୍ୟବହାର କରୁଥାନ୍ତି, ତେବେ ଆକାଉଣ୍ଟକୁ ବ୍ଳକ କରିଦେଇପାରେ। ତେଣୁ ଏ ଦୁଇଟି ଆପକୁ ବ୍ୟବହାର ନକମ୍ପାନୀ ପକ୍ଷରୁ କୁହାଯାଇଛି। କାରଣ ଦୁଇଟି ଯାକ ଆପ ହ୍ଵାଟ୍ସଆପର ଅଫିସିଆଲ ଭର୍ସନ ନୁହେଁ। ଅଣପଞ୍ଜୀକୃତ ଏହି ଆପ ହ୍ଵାଟ୍ସଆପ ପ୍ରସ୍ତୁତ କରିନି। କୌଣସି ତୃତୀୟ ପକ୍ଷ ଏ ହାକୁ ପ୍ରସ୍ତୁତ କରିଥିବାରୁ ହ୍ଵାଟ୍ସଆପ ଏହାକୁ ସମର୍ଥନ କରୁନାହିଁ।

ମତାମତ ଦିଅନ୍ତୁ ।