‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମରେ ୧୨୩୨୫ ୟୁନିଟ୍‍ ରକ୍ତ ସଂଗ୍ରହ

ଭୁବନେଶ୍ୱର : ଓଡ଼ିଶା ପ୍ରଗତିର ସାରଥୀ ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ଶ୍ନବୀନ ପଟ୍ଟନାୟକଙ୍କ ୭୪ ବର୍ଷରେ ପଦାର୍ପଣ ସ୍ମାରକୀ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱର ସମେତ ରାଜ୍ୟର ୭୭ଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୨୩୨୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ଆଠଗଡ଼ରେ ସର୍ବାଧିକ ୬୭୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ବ୍ରହ୍ମପୁରରେ ୬୧୬ ଓ ରାଉରକେଲାରେ ୫୧୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ସେହିପରି କଟକ ଜିଲ୍ଲାରେ ୧୫୩୪, ମୟୂରଭଞ୍ଜରେ ୧୨୩୯ ୟୁନିଟ୍ ଓ ଗଞ୍ଜାମ ଜିଲ୍ଲାରେ ୧୧୯୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ୩୭୨ ଜଣ ରକ୍ତଦାତା ସ୍ୱେଚ୍ଛାରେ ରକ୍ତଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଫୁଲ ଓ ସାର୍ଟିଫିକେଟ୍ ପ୍ରଦାନ କରି ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିଥିଲେ।

ମତାମତ ଦିଅନ୍ତୁ ।