ଜେଲରେ ନଗଦ କାରବାର ବନ୍ଦ ହେବ

ଭୁବନେଶ୍ଵର : ଏଣିକି ଜେଲରେ ନଗଦ କାରବାର ହେବନି। କଏଦୀଙ୍କ ପାଖ‌ରେ ରହିବନି ଟଙ୍କା। ସ୍ମାର୍ଟକାର୍ଡ (ସ୍ଵତନ୍ତ୍ର ଏଟିଏମ୍‌ କାର୍ଡ) ବ୍ୟବସ୍ଥା ପ୍ରଚଳନ ହେବ। ଏହି ସୂଚନା ଦେଇଛନ୍ତି କାରାଗାର ଡିଜି ସତ୍ୟଜିତ ମହାନ୍ତି। ସେ କହିଛନ୍ତି ‘ଅଟୋମେଟିକ୍‌ କଲ ସିଷ୍ଟମ୍‌’ ବ୍ୟବସ୍ଥାକୁ ମଧ୍ୟ ପ୍ରଚଳନ କରାଯିବ। ଜେଲ୍‌ ଅନ୍ତେବାସୀଙ୍କୁ ଦେଖା କରିବାକୁ ଆସୁଥିବା ପରିଜନମାନେ ଏହି ବ୍ୟବସ୍ଥାରେ ବାଧାମୁକ୍ତ କଥା ହୋଇ ପାରିବେ। ପ୍ରାଥମ ପର୍ଯ୍ୟାୟରେ ୫ଟି ସର୍କଲ ଜେଲ୍‌ରେ ଏହି ବ୍ୟବସ୍ଥା ଉପଲବ୍ଧ କରାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ ହେଉଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଝାରପଡ଼ା ଓ ଚୌଦ୍ଵାର ଜେଲ୍‌ରେ କାର୍ଯ୍ୟକାରୀ କରାଯିବ। ଏହାର ସଫଳତା ପରେ ରାଜ୍ୟର ୭୩ ଜେଲ୍‌ରେ ଏହି ବ୍ୟବସ୍ଥା ଲାଗୁ କରାଯିବ।

ମତାମତ ଦିଅନ୍ତୁ ।