ଝିଅକୁ ନିଶା ଇଞ୍ଜେକ୍ସନ ଦେଉଥିଲେ ପୂର୍ବତନ ବିଧାୟକଙ୍କ ପରିବାର

ନୂଆଦିଲ୍ଲୀ : ଇଚ୍ଛା ବିରୋଧରେ ଜଣେ ବିଧାୟକଙ୍କ ପୁଅ ସହ ବିବାହ କରାଇବା ପାଇଁ ପରିବାର ଲୋକେ ତାଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଗୋଟିଏ ରୁମ୍‌ରେ ବନ୍ଦ କରି ରଖୁଥିଲେ। ଏପରି ସଂଗୀନ ଅଭିଯୋଗ ଆଣିଛନ୍ତି ମଧ୍ୟପ୍ରଦେଶ ବିଜେପିର ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ସିଂହଙ୍କ ୨୮ ବର୍ଷ ବୟସ୍କା ଝିଅ ଭାରତୀ ସିଂହ।

ଭୋପାଳର କମଲନଗର ଥାନ ଅଧିକାରୀ ବିଜୟ ସିସୋଦିୟାଙ୍କ କହିଛନ୍ତି ଅକ୍ଟୋବର ୧୬ ତାରିଖରେ ସୁରେନ୍ଦ୍ରଙ୍କ ଝିଅ କୁଆଡ଼େ ଚାଲି ଯାଇଥିବା ନେଇ ଥାନାରେ ଏତଲା ଦେଇଥିଲେ। ସେ ଦର୍ଶାଇଥିଲେ ଅକ୍ଟୋବର ୧୫ ତାରିଖରୁ ଝିଅ କୁଆଡ଼େ ଚାଲି ଯାଇଛି। ସେ ଜଣେ ମାନସିକ ରୋଗୀ ବୋଲି ଏତଲାରେ ଉଲ୍ଲେଖ କରିଥିଲେ।

ଏବେ ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ଭାରତୀଙ୍କ ଭିଡିଓ ଓ ଅଡିଓ ପ୍ରକୃତ ଘଟଣା ପଦାକୁ ଆଣିଛି। ଧରାପଡି ଯାଇଛି ବିଧାୟକଙ୍କ ଫାନ୍ଦିଫିକର। ଭିଡିଓ ଓ ଅଡିଓରେ ଭାରତୀ ଅଭିଯୋଗ କରିଛନ୍ତି ପରିବାର ଲୋକଙ୍କ ନିର୍ଯାତନା ସହି ନପାରି ସେ ଘର ଛାଡ଼ିଲେ। କାରଣ ସେମାନେ ତାଙ୍କ ଇଚ୍ଛା ବିରୋଧରେ ଜଣେ ବିଧାୟକଙ୍କ ପୁଅ ସହ ବିବାହ କରିବାକୁ ଚାହୁଁଛନ୍ତି। ଏଥିରେ ଅରାଜି ହେବାରୁ ନିଶା ଇଞ୍ଜେକ୍ସନ ଦେଇ ତାଙ୍କୁ ବେହୋସ କରାଯାଇ ଗୋଟିଏ ରୁମ୍‌ରେ ବନ୍ଦ କରି ରଖାଯାଉଥିଲା। ଭାଇ ଶୁସୀଲ କରୁଥିଲେ ମାରପିଟ୍। ଅତ୍ୟାଚାର ବଢ଼ିବାରୁ ସେ ଘର ଛାଡି ଚାଲିଯି ବାକୁ ବାଧ୍ୟ ହୋଇଛନ୍ତି ବୋଲି ଭାରତୀ କହିଛନ୍ତି। ସେ କହିଛନ୍ତି ମୁଁ ମାନସିକ ଭାବେ ବିଲକୁଲ ଠିକ୍ ଅଛି। ପରିବାର ଲୋକ ମୋ ବିରୋଧରେ ଥାନାରେ ମିଥ୍ୟ ଦସ୍ତାବିଜ୍ ଦାଖଲ କରିଛନ୍ତି।

ମତାମତ ଦିଅନ୍ତୁ ।