ଝିଅର ଶାରୀରିକ ସମ୍ପର୍କ ଭିଡିଓ ବନାଇ ମା’ କରୁଥିଲା ବ୍ଲାକ୍‌ମେଲିଂ

ନୂଆଦିଲ୍ଲୀ : ପଞ୍ଜାବର ପଟିୟାଲାରେ ହନିଟ୍ରାପ୍‌ ର‍୍ୟାକେଟ। ମା’ ଓ ଝିଅ ବ୍ଲାକ୍‌ମେଲିଂ କରି ରୋଜଗାର କରୁଥିଲେ ଟଙ୍କା। ଏ ଦୁହିଁଙ୍କ ଲୁଟିବାର ମଧ୍ୟମ ଥିଲା ଭିନ୍ନ। ରାସ୍ତାରେ ଚାଳକଙ୍କଠାରୁ ଲିଫ୍ଟ ନେଉଥିଲେ। ଯେଉଁ ବ୍ୟକ୍ତି ଲିଫ୍ ଦେଉଥିଲେ ତାଙ୍କୁ ଚା’ ପିଇବା ବାହାନାରେ ଘରକୁ ଡାକି ନେଇ ଆରମ୍ଭ କରୁଥିଲେ ହନିଟ୍ରାପ୍‌ର ଖେଳ। ମହିଳା, ଝିଅ ଓ ତାଙ୍କ ପଡୋଶୀ ଯୁବତୀ ପ୍ରଥମେ ସେଇ ବ୍ୟକ୍ତିଙ୍କ ମନ ଜିଣିବାକୁ ଚେଷ୍ଟା କରନ୍ତି। ତା’ପରେ ଶାରୀରିକ ସମ୍ପର୍କ ରଖି ଫସାଇ ଦିଅନ୍ତି। ଏସବୁର ପର୍ଦ୍ଦାଫାସ ହୋଇଛି। ପୋଲିସ ଉକ୍ତ ମହିଳା ଓ ତାଙ୍କ ଝିଅ ସମେତ ତିନିଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ମହିଳା ଫେରାର ରହିଛି।

ପୋଲିସର ଖବର ଅନୁଯାୟୀ ସେପ୍ଟେମ୍ବର ୩୦ ରାତିରେ ପୀଡିତ ଯୁବକ ବଲଦେବ ସିଂହ କୌଣସି କାମରେ ଯାଉଥିବା ସମୟରେ ତାଙ୍କୁ ଜଣେ ମହିଳା ଲିଫ୍ଟ ମାଗିଥିଲେ। ଘରେ ପହଁଞ୍ଚିବା ପରେ ତାଙ୍କୁ ଚା’ ପିଇବାର ବାହାନା ଦେଖାଇ ମହିଳା ଘରକୁ ଡାକି ନେଇଥିଲେ। ବଲଦେବ କ୍ଲାନ୍ତ ଥିବା କାରଣରୁ ସେଠାରେ ଅଟକି ଯାଇଥିଲେ। ଏହାର କିଛିଦିନ ପରେ ପୁଣି ସେଇ ମହିଳା କଥାକଥାରେ ତାଙ୍କୁ ଘରକୁ ଡାକିଥିଲେ। ସେଠାରେ ତାଙ୍କ ଝିଅ ବଲଦେବଙ୍କ ସହ ରଖିଥିଲା ଶାରୀରିକ ସମ୍ପର୍କ। ଏହି ସମୟର ଦୃଶ୍ୟକୁ ମହିଳା ଜଣକ କୈଦ୍‌କରି ବଲଦେବ ସିଂହଙ୍କୁ ବ୍ଲାକ୍‌ମେଲ କରିବା ଆରମ୍ଭ କରିଥିଲେ। ତୁରନ୍ତ ୫୦ ହଜାର ଟଙ୍କା ନଦେଲେ ସେ ଏହି ଭିଡିଓକୁ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ। ଲୋକଲଜ୍ଜା ଭୟରେ ବଲଦେବ ୨୫ ହଜାର ଟଙ୍କା ଦେଇଥିଲେ ମଧ୍ୟ ଆହୁରି ଟଙ୍କା ଦାବି କରିଥିଲେ ମହିଳା। ଉପାୟହୀନ ହୋଇ ବଳଦେବ ପୋଲିସକୁ ଜଣାଇବା ପରେ ଘଟଣା ଲୋକଲୋଚନାକୁ ଆସିଛି।

ମତାମତ ଦିଅନ୍ତୁ ।