ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ

ଭୁବନେଶ୍ଵର: କେନ୍ଦୁଝର ଜିଲ୍ଲା ତେଲକୋଇ କତରାପାଲି ଗାଁରେ ଟ୍ରକ ମାଡିଯିବାରୁ ଜଣେ ଯୁବକର ମୃତ୍ୟୁ ଘଟିଛି। ଏହାକୁ ସେଠାରେ ଉତ୍ତେଜନା ଦେଖାଦେଇଥିବା ବେଳେ କ୍ଷତିପୂରଣ ଦାବିରେ ଗ୍ରାମବାସୀ ତେଲକୋଇ-କାଞ୍ଜିପାଣି ରାସ୍ତା ଅବରୋଧ କରିଛନ୍ତି।

ମିଳିଥିବା ଖବର ଅନୁଯାୟୀ ବିଳମ୍ବିତ ରାତିରେ ଯୁବକ ଖକନ ସାହୁ ଡ୍ରେନ୍ ଉପରେ ବସି ଫୋନରେ କଥା ହେଉଥିବା ବେଳେ କାଞ୍ଜିପାଣି ଆଡୁ ଆସୁଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ସେ ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ତେଲକୋଇ ଓ ପରେ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମତାମତ ଦିଅନ୍ତୁ ।