ଟ୍ରେନ ଟୟେଲେଟରେ ମହିଳା କଏଦୀଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ : ରକ୍ଷକ ହୋଇ ଭକ୍ଷକ ସାଜିବା ଭଳି ଜଣେ ମହିଳା କଏଦୀଙ୍କୁ ଦୁଷ୍କର୍ମ କରିଛନ୍ତି କନଷ୍ଟେବଲ। ପଶ୍ଚିମବଙ୍ଗ ନେଇ ଯାଉଥିବା ସମୟରେ ଏପରି କାଣ୍ଡ ଘଟିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ ଏକ ମାମଲା ପାଇଁ ପୋଲିସ୍ କନଷ୍ଟେବଲ ତିହାର ଜିଲ୍ଲାର ଜଣେ ମହିଳା କଏଦୀଙ୍କୁ ପଶ୍ଚିମବଙ୍ଗ ନେଇ ଯାଉଥିଲେ। କିନ୍ତୁ ସୁଯୋଗର ଫାଇଦା ଉଠାଇ ଚଳନ୍ତା ଟ୍ରେନର ଟୟେଲେଟରେ ଏହି କଏଦୀଙ୍କୁ ଜୋର ଜବରଦସ୍ତି କରିଥିଲେ ଦୁଷ୍କର୍ମ। ନୂଆଦିଲ୍ଲୀର ଏକ ରେଲଓ୍ବେ ଷ୍ଟେସନରେ ଏହି ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ କନଷ୍ଟେବଲ୍ ଦିଲ୍ଲୀ ପୋଲିସର ଜଣେ କର୍ମଚାରୀ। ପୀଡିତ ଅଭିଯୋଗ କରିଛି ଯେ ମହିଳା ପୋଲିସ୍ କର୍ମଚାରୀ ତାଙ୍କୁ ଶୌଚାଳୟ ନେଇ ଯାଉଥିଲେ। କିନ୍ତୁ ମୁଖ୍ୟ କନଷ୍ଟେବଲ୍ ମହିଳା ପୋଲିସଙ୍କୁ ନିଜ ସ୍ଥାନରେ ବସିବାକୁ କହିବା ପରେ ଶୌଚାଳୟ ଯାଇ ତାଙ୍କୁ ଦୁଷ୍କର୍ମ କରିଥିଲେ।

ମତାମତ ଦିଅନ୍ତୁ ।