ଡିଆରଡିଓର ରୁସ୍ତମ-୨ ଡ୍ରୋନ୍ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ବା ଡିଆରଡିଓର ଅନମେନଡ୍ ଏରିୟଲ ଭେଇକିଲ୍ ବା ୟୁଏଭି ଆଜି କର୍ଣ୍ଣାଟକରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଚିତ୍ରଦୂର୍ଗ ଜିଲ୍ଲାର ଜିଡିଚିକିନହେଲି ଠାରେ ୟୁଏଭି ଡ୍ରୋନ କ୍ରାଶ ହୋଇଛି। ମଙ୍ଗଳବାର ସକାଳ ୬ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ଡ୍ରୋନର ନାମ ରୁସ୍ତମ-୨। ଏହାକୁ ଗତବର୍ଷ କର୍ଣ୍ଣାଟକର ଚଲାକେରେ ଟେଷ୍ଟ ଫାସିଲିଟିରୁ ସଫଳ ଭାବେ ପରୀକ୍ଷଣ କରାଯାଇଥିଲା।

ମତାମତ ଦିଅନ୍ତୁ ।