ଡିଜିଟାଲ୍‌ ଦୁନିଆରେ ଆଲିୟାଙ୍କ ଏଣ୍ଟ୍ରି

ମୁମ୍ବାଇ: ଆଲିୟା ଭଟ୍ଟ ‘ସଡକ୍‌-୨’ ଜରିଆରେ ଡିଜିଟାଲ୍‌ ଦୁନିଆରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଏ ପ୍ଲାଟ୍‌ଫର୍ମରେ ଖୁବ୍‌ ଗଭୀରକୁ ଯିବାକୁ ସେ ଚାହାନ୍ତି । ସେ ପ୍ଲେ କରିବାକୁ ଚାହୁଁଥିବା ସୋ’ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି । ଅନୁସନ୍ଧାନକାରୀ ଟିଭି ସୋ’ କରିବାକୁ ଚାହାନ୍ତି ଏହି ସୁନ୍ଦରୀ ।

ଆଲିୟା କହନ୍ତି ଯେ ପାଶ୍ଚାତ୍ୟ କଳାକାରମାନେ କେବଳ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ କାମ କରୁଛନ୍ତି ତାହା ନୁହେଁ, ଭାରତୀୟ କଳାକାରମାନେ ମଧ୍ୟ ଓଟିଟିରେ ସିଧାସଳଖ କାମ କରୁଛନ୍ତି । କଳାକାରଙ୍କ ଟ୍ୟାଲେଣ୍ଟ ପ୍ରଦର୍ଶନ ପାଇଁ ଓଟିଟି ବଡ଼ ସୁଯୋଗ ସୃଷ୍ଟି କରିଛି ।  ନିଜ କଥାର ସମର୍ଥନ ପାଇଁ ସେ ସୁସ୍ମିତା ସେନ୍‌ ଷ୍ଟାରର୍‌ ‘ଆର୍ଯ୍ୟା’ ଓ ‘ସ୍ପେଶାଲ ଅପ୍‌ସ’ ଭଳି ୱେବ୍‌ସିରିଜ୍‌ର ସଫଳତାର ଉଦାହରଣ ଦେଇଛନ୍ତି । ତେଣୁ ଅନୁସନ୍ଧାନମୂଳକ ସୋ’ ଯଦି ଅଫର୍‌ କରାଯାଏ, ସେଥିରେ ଅଭିନୟ କରିବା ବେଶ ମଜାଦାର ଅନୁଭବ ହେବ ବୋଲି ଆଲିୟା କହିଛନ୍ତି । ‘ସଡକ୍‌-୨’ ପାରମ୍ପରିକ ଥିଏଟର୍‌ ରାସ୍ତାରୁ ଓହରି ଡିଜିଟାଲ ପ୍ଲାଟ୍‌ଫର୍ମକୁ ଆସିଥିବାରୁ ସେ ବହୁତ ଖୁସି ଅଛନ୍ତି । 

ଦୀର୍ଘ ୨ ଦଶନ୍ଧି ପରେ ଏହି ଫିଲ୍ମ ଜରିଆରେ ମହେଶ ଭଟ୍ଟ ନିର୍ଦ୍ଦେଶନା ଜଗତରେ ପୁଣି ପାଦ ଦେଇଛନ୍ତି । ଫିଲ୍ମଟି ୧୯୯୧ ମସିହାରେ ମୁକ୍ତିପ୍ରାପ୍ତ ‘ସଡକ୍‌’ର ସିକ୍ୱେଲ । ମୂଳ ଫିଲ୍ମରେ ପୂଜା ଭଟ୍ଟ ଓ ସଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସିକ୍ୱେଲ ବିଷୟରେ ବେଶି କିଛି ଖୁଲାସା ନ କରି ଆଲିୟା କେବଳ କହିଛନ୍ତି ଯେ ଏହାର ପ୍ରେମ କାହାଣୀ ଭିନ୍ନ ଧରଣର ଏବଂ କିଛି ଥ୍ରିଲର୍‌ ସିନ୍‌ ମଧ୍ୟ ରହିଛି । ଭିଲେନ୍‌ ଚରିତ୍ରକୁ ଭିନ୍ନ ରୂପେ ଚିତ୍ରଣ କରାଯାଇଛି, ଯାହା ସମ୍ପୂର୍ଣ୍ଣ ରୂପେ ଅପ୍ରତ୍ୟାଶିତ । ଫିଲ୍ମରେ ଆଲିୟାଙ୍କ ସହ ଆଦିତ୍ୟ ରୟ କପୁର ମଧ୍ୟ ଅଛନ୍ତି । 

ମତାମତ ଦିଅନ୍ତୁ ।