ଡିମ୍ପଲ ୧୭ ବର୍ଷ ବୟସରେ ହୋଇଥିଲେ ଗର୍ଭବତୀ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଡିମ୍ପଲ କାପଡିୟା ୧୬ ବର୍ଷ ବୟସରେ ଅଭିନୟ ଜଗତରେ ପାଦ ଦେଇଥିଲେ। ବବି ଫିଲ୍ମରେ ଅଭିନୟ କରି ହୋଇଥିଲେ ଲୋକପ୍ରିୟ। ୧୭ ବର୍ଷ ବୟସରେ ବରିଷ୍ଠ ଅଭିନେତା ତଥା ସୁପରଷ୍ଟାର ରାଜେଶ ଖନ୍ନାଙ୍କୁ କରିଥିଲେ ବିବାହ। ସେହି ବର୍ଷ ସେ ହେଲେ ଗର୍ଭବତୀ। ଜନ୍ମ ନେଇଥିଲା ଝିଅ ଟୁଇଙ୍କିଲ ଖନ୍ନା। ଝିଅ ଜନ୍ମ ପରେ ଡିମ୍ପଲ କିଛିଦିନ ବ୍ରେକ ନେଇଥିଲେ। ୧୯୮୪ ମସିହାରେ ରାଜେଶ ଓ ଡିମ୍ପଲଙ୍କ ବିବାହ ବିଚ୍ଛେଦ ଘଟିଲା। ସେହି ବର୍ଷ ଡିମ୍ପଲ ବଲିଉଡକୁ କମ୍‌ ବ୍ୟାକ୍‌ କରିଥିଲେ। ୧୯୮୫ ମସିହାରେ ଡିମ୍ପଲଙ୍କ ଫିଲ୍ମ ସାଗର ବ୍ଲକ୍‌ବଷ୍ଟର ହିଟ୍‌ ହୋଇଥିଲା।

ଖୁବ୍‌ କମ ଦିନରେ ସେ ଜଣେ ସଫଳ ଅଭିନେତ୍ରୀ ହୋଇଥିଲେ ଡିମ୍ପଲ। ୮୦ ଦଶକର ଲିଡିଂ ଅଭିନେତ୍ରୀ ମଧ୍ୟରୁ ସେ ଥିଲେ ଜଣେ। ସେ ୧୯୯୦ ଓ ୨୦୦୦ ମସିହାରେ ଅନେକ ଫିଲ୍ମ କରିଛନ୍ତି ଯାହା ଖୁବ ଲୋକପ୍ରିୟତା ହାସଲ କରିଥିଲା। ଆଜି ସେ ପରଦାରେ ଅଧିକ ନଜର ଆସୁନାହାନ୍ତି ସତ, କିନ୍ତୁ ତାଙ୍କ ବିଷୟରେ ଏବେ ବି ଚର୍ଚ୍ଚା ହେଉଛି।

ମତାମତ ଦିଅନ୍ତୁ ।