ତାଳଚେର କୋଇଲା ଖଣିରେ ଦୁର୍ଘଟଣା, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର : ଅନୁଗୋଳ ଜିଲ୍ଲାର ତାଳଚେରସ୍ଥିତ ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମସିଏଲ) ଭରତପୁର କୋଇଲା ଖଣିରେ ଦୁର୍ଘଟଣା ଘଟିଛି । ମଙ୍ଗଳବାର ରାତିରେ ମାଟି ଅତଡା ଖସିବାରୁ ୧୦ ଜଣ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି । କୋଇଲା ବ୍ଲାଷ୍ଟିଂ ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ରାତିରେ କୋଇଲା ଖଣିର ମାଟି ଅତଡା ଖସିଥିଲା । ପ୍ରାୟ ୧ କିଲୋମିଟର ମାଟି ଦୋହଳି ଯାଇଛି। ଆହତମାନଙ୍କୁ ଗୁରୁତର ଅବସ୍ଥାରେ ସେଣ୍ଟ୍ରାଲ ହସ୍ପିଟଲରେ  ଭର୍ତ୍ତି କରାଯାଇଥିବା ବେଳେ ୪ ଜଣ ଶ୍ରମିକ ମାଟି ତଳେ ଚାପି ହୋଇଯାଇଥିବା ସନ୍ଦେହ କରାଯାଉଛି । ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଂଚଛନ୍ତି । ତିନିବର୍ଷ ତଳେ ତାଳଚେରର ଏକ କୋଇଲା ଖଣିରେ ମାଟି ଅତଡା ଖସିଥିଲା । 

ମତାମତ ଦିଅନ୍ତୁ ।