ଦିଲ୍ଲୀର ବାୟୁ ପ୍ରଦୂଷଣ ଚିନ୍ତାଜନକ: ସ୍କୁଲ ବନ୍ଦ, ବିମାନ ସେବା ପ୍ରଭାବିତ

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ପ୍ରଦୂଷଣ ସମଗ୍ର ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଏୟାର କ୍ୱାଲିଟି ଇଣ୍ଡେକ୍ସ ‘ସିଭିୟର ପ୍ଲସ୍‌’ ସ୍ତର ବା ୯୯୯ ଛୁଇଁଛି। ଏହାର ମୁକାବିଲା କରିବା ପାଇଁ ରବିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ହେଲ୍‌ଥ ଆଡଭାଇଜରୀ ଜାରି କରାଯାଇଥିବା ବେଳେ ଦିଲ୍ଲ-ଏନ୍‌ସିଆର ଅଞ୍ଚଳକୁ ହେଲ୍‌ଥ ଇମର୍ଜେନ୍ସି ଘୋଷଣା କରାଯାଇଛି। ଫଳରେ ନିର୍ମାଣ କାର୍ଯ୍ୟ ଓ ବାଣ ଫୁଟାଇବାକୁ ବନ୍ଦ କରାଯାଇଛି। ଦିଲ୍ଲୀ, ନଏଡା, ଗ୍ରେଟର ନଏଡା ଓ ଗାଜିଆବାଦ୍‌ ଆଦି ଅଞ୍ଚଳରେ ସ୍କୁଲସବୁ ମଙ୍ଗଳବାର ଯାଏ ବନ୍ଦ ରଖାଯାଇଛି। ସେହିଭଳି ପରିବେଶ ଧୂଆଁମୟ ହୋଇଯାଇଥିବାରୁ ବିମାନ ଉଡ଼ାଣରେ ସମସ୍ୟା ଉପୁଜିବାରୁ ଆଜି ସକାଳଠାରୁ ହିଁ ଦିଲ୍ଲୀ ବିମାନ ବନ୍ଦରରୁ ଉଡ଼ାଣ ଭରିବାକୁ ଥିବା ୩୨ଟି ବିମାନର ଉଡ଼ାଣ ସ୍ଥଗିତ ରଖାଯାଇଛି। ଖରାପ ପାଗ ଦୃଷ୍ଟିରୁ ପ୍ରଥମେ କୁହାଯାଉଥିଲେ ମଧ୍ୟ ପରେ ଏହା ପ୍ରଦୂଷଣ ଜନିତ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।