ଦୁଇଟି ଯାତ୍ରୀବାହୀ ବସ୍‌ ମୁହାଁମୁହିଁ

ଭୁବନେଶ୍ଵର: ସମ୍ୱଲପୁର ଜିଲ୍ଲା ମାନେଶ୍ୱରର ଭବାନୀପାଲି ଠାରେ ଦୁଇଟି ଯାତ୍ରୀବାହୀ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଆଜି ସକାଳ ପ୍ରାୟ ୬ଟାରେ ଘଟିଥିବା ଜଣାପଡିଛି।

ସୂଚନା ଅନୁସାରେ ଭୁବନେଶ୍ୱରରୁ-ବରଗଡ଼ ଯାଉଥିବା ‘ମିନୁ’ ଓ ସମ୍ୱଲପୁରରୁ ଅନୁଗୁଳ ଯାଉଥିବା ‘ଉଷା’ ବସ୍‌ ଭବାନୀପାଲି ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଆହତ ହୋଇଛନ୍ତି ୭ଜଣ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମତାମତ ଦିଅନ୍ତୁ ।