ଦୁଇ ଶିଶୁପୁତ୍ରଙ୍କୁ ମାରି ମାଆର ଆତ୍ମହତ୍ୟା

ଭୁବନେଶ୍ଵର : କଳାହାଣ୍ଡି ଜିଲ୍ଲାରେ ଦୁଃଖଦ ଘଟଣା ଘଟିଛି। ଜଣେ ମହିଳା ନିଜର ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ଜଣାପଡିଛି।

ଖବର ଅନୁଯାୟୀ ସୋମବାର ଭୋର୍‌ ସମୟରେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ମାଆ ବିମଳା ମାଝୀ ୬ ବର୍ଷର ଦୁଷ୍ମନ୍ତ ଓ ୪ ମାସର ରବୀନ୍ଦ୍ରକୁ ତଣ୍ଟିକାଟି ହତ୍ୟା କରିବା ପରେ ରେଳଗାଡ଼ି ତଳେ ନିଜେ ଆତ୍ମହତ୍ୟା କରିଛି। ସକାଳୁ ଗ୍ରାମର କେତେକ ଲୋକ ଶୌଚ ହେବା ପାଇଁ ଗାଁ ପାଖ ରେଳଧାରଣା ଅଞ୍ଚଳକୁ ଯାଇଥିଲେ। ସେଠାରେ ବିମଳାଙ୍କ ଶବ ପଡ଼ିଥିବା ଦେଖିବା ପରେ ତାଙ୍କ ଘରକୁ ଆସିଥିଲେ। କିନ୍ତୁ ଦେଖିଲେ ପିଲା ଦୁଇଜଣଙ୍କୁ ହତ୍ୟା କରାଯାଇଛି। ସ୍ୱାମୀଙ୍କ ଅନୁପସ୍ଥିତିରେ ଏପରି ଘଟିଥିବାରୁ ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି। ଭବାନୀପାଟଣା ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମତାମତ ଦିଅନ୍ତୁ ।