ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ସେନା ପ୍ରସ୍ତୁତ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ଆଇନ ଶୃଙ୍ଖଳା ପରିସ୍ଥିତି ମଜବୁତ ସହିତ ଅନୁପ୍ରବେଶ ରୋକିବାକୁ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଫୋକସରେ ରହିବ ଏଲଓସି। ଆତଙ୍କବାଦୀଙ୍କ ବିରୋଧରେ କିଛି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରିପୋର୍ଟରେ କୁହାଯାଇଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏଲଓସିରେ ଭାରତୀୟ ସେନା ଓ ବାୟୁସେନା ମିଳିତ ଭାବେ ଆତଙ୍କବାଦୀଙ୍କ ଲଂଚ ପ୍ୟାଡ୍ ଧ୍ୱଂସ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ସରକାର କିମ୍ବା କୌଣସୀ ଅଧିକାରୀ ଏହାକୁ ଅସ୍ୱିକାର କରୁନଥିବା ବେଳେ ଲୋକେ କହୁଛନ୍ତି ଯଦି ପାକିସ୍ତାନ ସେନା ଏହାର ଜବାବ ଦେବ ତେବେ ଯୁଦ୍ଧ ପରିସ୍ଥିତି ଉପୁଜିପାରେ। ଅନ୍ୟପକ୍ଷରେ ସେଂଟ୍ରାଲ ଆର୍ମଡ୍ ଫୋର୍ସ କିଛିଦିନ ମଧ୍ୟରେ କାଶ୍ମୀର ଘାଟିରେ ପହଁଚିବେ। ସେମାନେ ସୀମା ଉପରେ ନଜର ରଖିବେ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।