ନାବାଳକକୁ ଝାମ୍ପି ନେଲା କୁମ୍ଭୀର

ଚି‌‌ତ୍ରକୋଣ୍ଡା: ଗାଧୋଇଲା ବେଳେ ଜଣେ ନାବାଳକଙ୍କୁ ଏକ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଛି। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଟେମ୍ପ୍ରରାରୀ କଲୋନୀ (ଜଲାସାହି)ରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ମୃତ ନାବାଳକ ହେଲେ ଟେମ୍ପ୍ରରାରୀ କଲୋନୀରେ ରହୁଥିବା ଅର୍ଜୁନ ମାଝୀଙ୍କ ୧୦ ବର୍ଷୀୟ ପୁଅ। ମୃତଦେହ ମିଳିବାପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଆଜି ସକାଳେ ମୃତ ନାବାଳକଙ୍କୁ ସିଲେରୁ ନଦୀରୁ ଉଦ୍ଧାର କରାଯାଇଥିଲା। ତାଙ୍କର ଗୋଟେ ହାତ ଓ ଗୋଡ଼ ନଥିଲା।

ମତାମତ ଦିଅନ୍ତୁ ।