ନାଲକୋରେ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା

ଭୁବନେଶ୍ଵର: ନାଲ୍‌କୋ ସ୍ମେଲଟର୍‌ ପ୍ଲାଣ୍ଟ (ଅନୁଗୋଳ)ରେ ହୋଇଥିବା ଦୁର୍ଘଟଣାରେ ଜଣେ ଠିକା ଶ୍ରମିକର ମୃତ୍ୟୁ ଘଟିବା ପରେ ଆଜି ଏଠାରେ ଉତ୍ତେଜନା ପ୍ରକାଶ ପାଇଛି। ଠିକା ଶ୍ରମିକମାନେ ମୃତଦେହକୁ କମ୍ପାନୀର ପ୍ରଶାସନିକ କାର୍ଯ୍ୟ।ଳୟ ସମ୍ମୁଖରେ ରଖିଛନ୍ତି। ସ୍ମେଲ୍‌ଟର ପ୍ଲାଣ୍ଟ୍ ଫାଟକରେ ତାଲା ପକାଇ କରୁଛନ୍ତି ବିକ୍ଷୋଭ ପ୍ରଦର୍ଶନ। ଦାବି କରିଛନ୍ତି ମୃତକଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ସହ କ୍ଷତିପୂରଣ ଦିଆଯାଉ।

ସୂଚନାଯୋଗ୍ୟ ଯେ ଗତ ୨୩ ତାରିଖରେ ନାଲକୋ ସ୍ମେଲଟର ପ୍ଲାଣ୍ଟର କାଷ୍ଟ୍‌ ହାଉସ୍‌- ବି’ର ଇଲେକ୍ଟ୍ରିକାଲ୍‌ ଡିପାର୍ଟମେଣ୍ଟରେ ଦୁର୍ଘଟଣା ଘଟିଥିଲା। ଏଥିରେ ମିଥୁନ ନାଥ, ବିଶ୍ୱେଶ୍ୱର ସାମଲ, ରଜନୀକାନ୍ତ ପରିଡ଼ା ଓ ରିଙ୍କିନା ସାହୁ ଗୁରୁତର ଆହତ ହୋଇଥିଲେ। କିନ୍ତୁ ମିଥୁନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୂଆଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ତାଙ୍କ ମୃତଦେହ ଅନୁଗୋଳରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଛି।

ମତାମତ ଦିଅନ୍ତୁ ।