ନୟାଗଡ: ଦୁଇ ଚୋରଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

ନୟାଗଡ଼: ଫତେଗଡ଼ ଥାନା ବାଇଗୁଣିଆ ଗାଁରେ ଦୁଇ ଚୋରଙ୍କୁ ଗ୍ରାମବାସୀ ଧରି ଉତ୍ତମ ମଧ୍ୟମ ଦେଇଛନ୍ତି । ଅନ୍ୟ ଜଣେ ମଉକା ଦେଖି ଫେରାର ହୋଇଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ବାଇଗୁଣିଆ ଗାଁର ପଠାଣି ନାମକ ବ୍ୟକ୍ତିଙ୍କ ଘରେ ୩ ଜଣ ଚୋର ପଶି ଥିଲେ । ଏହାକୁ ପଡ଼ୋଶୀ ଘରର ଲୋକ ଦେଖି ଅନ୍ୟମାନଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ଏକାଠି ହୋଇ ଚୋରମାନଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ । ଧରିପଡିଲେ ୨ ଜଣ। ଅନ୍ୟ ଜଣକ ସୁନାଗହଣା ଓ ଟଙ୍କା ନେଇ ଫେରାର ହୋଇଯାଇଥିଲା । ପରେ ଗ୍ରାମବାସୀ ଦୁଇ ଚୋରଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ପୋଲିସ ଜିମା ଦେଇଥିଲା । ଘଟଣା ସ୍ଥଳରେ ପହଁଚି ପୋଲିସ ଚୋରକୁ ଗିରଫ କରିବା ସହ ଗୋଟିଏ ବାଇକ ଜବତ କରିଛି ।

ମତାମତ ଦିଅନ୍ତୁ ।