ପରୀକ୍ଷା ବେଳେ ଲାଗିଥିଲା ଅକ୍ସିଜେନ୍ ସିଲିଣ୍ଡର, ମିଳିଲା ପ୍ରଥମ ଶ୍ରେଣୀ

ଲକ୍ଷ୍ନୌ: ପ୍ରତ୍ୟେକ କାର୍ଯ୍ୟରେ ନିଷ୍ଠା ଆବଶ୍ୟକ । ଯଦି ନିଷ୍ଠା ନ ଥାଏ ତେବେ ସଫଳତା ମିଳେନି । ଏହାକୁ ପ୍ରମାଣିତ କରିଛନ୍ତି ଜଣେ ଦଶମ ଶ୍ରେଣୀର ଛାତ୍ରୀ । ଦେହ ଅସୁସ୍ଥ । ଲାଗିଥିଲା ଅକ୍ସିଜେନ୍ ସିଲିଣ୍ଡର ଏହିଭଳି ଅବସ୍ଥାରେ ପରୀକ୍ଷା ଦେଇ ସେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି । ଯାହାକି ଅନ୍ୟମାନଙ୍କ ପାଇଁ ହୋଇଛି ପ୍ରେରଣ ।
ସମଗ୍ର ଦେଶରେ ଏବେ ଚର୍ଚ୍ଚାରେ ରହିଛି ଉତରପ୍ରଦେଶର ଦଶମଶ୍ରେଣୀ ଛାତ୍ରୀ ସାଫିଆଙ୍କ କୃତିତ୍ୱ ।

ବରେଲୀର କୋହଡ଼ାପୀର ସରାଫତ ମିଆଁ ଦରଗାହ ପାଖରେ ରହୁଥିବା ସାଫିଆ ୫ବର୍ଷ ହେବ ଶ୍ୱାସ ଜନିତ ସମସ୍ୟା ଦେଇ ଗତି କରୁଥିଲେ । ଗତ ଦୁଇ ବର୍ଷ ହେବ ତାଙ୍କ ଦେହରେ ଅକ୍ସିଜେନ ସିଲିଣ୍ଡର ଲାଗିଥିଲା । ତେବେ ପାଠ ପ୍ରତି ତାଙ୍କର ଆଗ୍ରହ ଦେଖି ପରିବାର ଲୋକ ନିକଟସ୍ଥ ଜୀଜୀଆଇସୀ ହାଇସ୍କୁଲରେ ପରୀକ୍ଷା ଦେବା ଲାଗି ନିର୍ଣ୍ଣୟ ନେଇଥିଲେ । ଅକ୍ସିଜେନ ସିଲିଣ୍ଡର ସହ ସାଫିଆ ସମସ୍ତ ପରୀକ୍ଷା ଦେଇଥିବାବେଳେ ୭୦ପ୍ରତିଶତ ମାର୍କ ରଖି ପ୍ରଥମଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ । ସାଫିଆ ଏହି ସଫଳତାର ଶ୍ରେୟ ପରିବାରକୁ ଦେଇଛନ୍ତି । ଅକ୍ସିଜେନ ସିଲିଣ୍ଡର ଯୋଗୁଁ ଅନେକ ସମୟରେ ପଢ଼ାପଢ଼ିରେ ଅସୁବିଧା ହେଉଥିଲା ମାତ୍ର ସାଫିଆ ହାର ନ ମାନି କଠିନ ପରିଶ୍ରମ କରିଚାଲିଥିଲେ । ତାଙ୍କର ଏହି ସଫଳତାରେ ସ୍କୁଲ କର୍ତୃପକ୍ଷଙ୍କଠୁ ଆରମ୍ଭ କରି ଶିକ୍ଷକମାନେ ବାହାବା କରୁଛନ୍ତି । ସେ ଆଗକୁ ମଧ୍ୟ ପଢ଼ା ଜାରି ରଖିବେ ବୋଲି କହିଛନ୍ତି ।

ମତାମତ ଦିଅନ୍ତୁ ।