ପଶ୍ଚିମବଙ୍ଗରେ ବର୍ଷକ ପର୍ଯ୍ୟନ୍ତ ଗରିବଙ୍କୁ ମିଳିବ ମାଗଣା ରାସନ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ୫ ମାସ ପରିବର୍ତ୍ତେ ୧୨ ମାସ ଅର୍ଥାତ୍ ଜୁନ୍ ୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ ବୋଲି ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ କରିଥିବା ଘୋଷଣା ପରେ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଆସନ୍ତା ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଖିରେ ରଖି ମମତା ଏପରି ପଦକ୍ଷେପ ଗ୍ରହଣ କରିଥାଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।

ଅନ୍ୟପକ୍ଷ​‌ରେ ମମତା କେନ୍ଦ୍ର ସରକାରଙ୍କ ଅନଲକ୍-୨.୦ ମାର୍ଗଦର୍ଶିକା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ବିବାହ, ଶ୍ରାଦ୍ଧ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟରେ କେନ୍ଦ୍ରର କଟକଣା ରାଜ୍ୟରେ କାର୍ଯ୍ୟକାରୀ ହେବ । ସକାଳେ ଲୋକମାନଙ୍କୁ ପ୍ରାତଃ ଭ୍ରମଣ ନିମନ୍ତେ ଅନୁମତି ମିଳିବ ନହିଁ।

ମତାମତ ଦିଅନ୍ତୁ ।