ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ହେଲେ ସୁବାସ ଚୌହାନ

ଭୁବନେଶ୍ୱର : ସୁବାସ ଚୌହାନଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏହି ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଧାରଣ ନିର୍ବାଚନ ସମୟରେ ସୁବାସ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ। ଟିକେଟ ନମିଳିବାରୁ ସେ ବିଜେଡିରେ ଯୋଗ ଦେଇଥିଲେ। ସେହିପରି ବିଜେପୁର କମିଟି ଗଠନ କରାଯାଇଛି। ଏଥିରେ ୪ ଜଣ ସଦସ୍ୟ ଅଛନ୍ତି। ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ, କଳିକେଶ ନାରାୟଣ ସିହଦେଓ ଓ ସଞ୍ଜୟ ଦାସବର୍ମା ଏହି କମିଟର ସଦସ୍ୟ ଅଛନ୍ତି।

ମତାମତ ଦିଅନ୍ତୁ ।