ପାକିସ୍ତାନକୁ ଖୋଲା ଧମକ ଦେଲେ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନକୁ ଆଜି ଖୋଲା ଧମକ ଦେଇଛନ୍ତି ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ। ସେ କହିଛନ୍ତି, ଯଦି ପାକିସ୍ତାନ ଯୁଦ୍ଧ କରିବାକୁ ଚାହୁଁଛି ଏଥିପାଇଁ ଭାରତୀୟ ସେନା ପ୍ରସ୍ତୁତ।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପାକିସ୍ତାନର ରାଜନେତାଙ୍କ ଠାରୁ ଆରମ୍ଭ କରି ଦେଶର ନାଗରିକ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ସୀମାରେ ଆତଙ୍କବାଦୀଙ୍କୁ ଅନୁପ୍ରେବଶ କରାଇ ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛି ପାକିସ୍ତାନ। ଏହାର ଜବାବରେ ଜେନେରାଲ ରାୱତ କହିଛନ୍ତି, ପାକିସ୍ତାନ ଭାରତ ସହ ଯାହା କିଛି ବି କରିବାକୁ ଚାହୁଁଛି, ସବୁର ମୁକାବିଲା ପାଇଁ ମୁଁ ପ୍ରସ୍ତୁତ ରହିଛି। ଯଦି ପାକିସ୍ତାନ ବ୍ୟାଟ୍‌ ଆକ୍ସନ ଚାହୁଁଛି, ତା’ହେଲେ ଆମେ ପ୍ରସ୍ତୁତ। ଯଦି ପାକିସ୍ତାନ କିଛି ସ୍ୱଳ୍ପ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁଛି, ସେଥିପାଇଁ ବି ଆମେ ପ୍ରସ୍ତୁତ।

ସେହିପରି ପାକିସ୍ତାନ ଯଦି ଭାରତ ସହ ଯୁଦ୍ଧ କରିବାକୁ ଚାହୁଁଛି ଆମେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ବୋଲି ଜେନେରାଲ ରାୱତ କହିଛନ୍ତି।

ମତାମତ ଦିଅନ୍ତୁ ।