ପାକିସ୍ତାନ ଅଧୀନରେ ଥିବା କଶ୍କୀର ଭାରତରେ ସାମିଲ ହେଉ : ରାମଦେବ

ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମଦେବ କହିଛନ୍ତି, ଜମ୍ମୁ କଶ୍ମୀରରୁ ଧାରା ୩୫ଏ ଓ ୩୭୦ ଉଚ୍ଛେଦ କରାଯିବା ଓ ଏହାକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ଏହା କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ । ସେ କହିଛନ୍ତି ସରକାରଙ୍କୁ ଚିନ୍ତା କରିବାର ଅଛି ଯେ, ପାକିସ୍ତାନର ନିୟନ୍ତ୍ରଣରେ ଥିବା କଶ୍କୀର ଭାରତରେ ସାମିଲ ହେବା ଦରକାର । ଦେଶର ଆର୍ଥିକ, ସାମାଜିକ ଏବଂ ଶୈକ୍ଷିକ କ୍ଷେତ୍ରରେ ପ୍ରଗତି ହେଉ, ଫଳରେ ଭାରତର ଅର୍ଥବ୍ୟବସ୍ଥା ଆମେରିକା, ଚୀନ ଓ ଜାପାନ ଭଳି ମଜବୁତ ହୋଇପାରିବ । 

ଏହାଛଡା ରାମଦେବ ଦାବି କରିଛନ୍ତି ଯେ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ ଏବଂ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା କରାଯାଇଛି । ଯୋଗଗୁରୁ ବୁଧବାର ସନ୍ଧ୍ୟାରେ ଉତ୍ତରପ୍ରଦେଶର ବୃନ୍ଦାବନସ୍ଥିତ ବାତ୍ସଲ୍ୟ ଆଶ୍ରମ ପହଞ୍ଚିଥିଲେ । ସେ ସେଠାରେ ସ୍ୱାଧ୍ୱୀ ଋତୁମ୍ଭରାଙ୍କୁ ଭେଟିଥିଲେ । ଏହା ପୂର୍ବରୁ ରମଣରେତୀସ୍ଥିତ କାର୍ଷିଣୀ ଉଦାସୀନ ଆଶ୍ରମରେ ଆୟୋଜିତ ବିଭିନ୍ନ ସଂପ୍ରଦାୟର ସନ୍ଥ, ମହାତ୍ମା ଓ ଶିଖ ଗୁରୁଙ୍କ ସମାଗମରେ ଅଂଶଗ୍ରହଣ କରିଥିଲେ ।

ସମାଗମକୁ ସମ୍ବୋଧିତ କରି ରାମଦେବ କହିଥିଲେ, ଦେବବାଣୀ ଓ ଗୁରୁବାଣୀରେ କୌଣସି ପାର୍ଥକ୍ୟ ନାହିଁ । ଆମେ ଆଜି ବି ଜାତିପ୍ରଥା ଉପରେ ଭେଦଭାବ କରୁଛୁ କିନ୍ତୁ ଗୁରୁଙ୍କ ଦରବାରରେ ଏଭଳି ହୁଏ ନାହିଁ । ସେ କହିଛନ୍ତି, ଗୁରୁ ନାନକ ଯେତିକି ଶିଖ, ସେତିକି ବୈଷ୍ଣବୀ ଓ ଅନ୍ୟ ସଂପ୍ରଦାୟର ଥିଲେ ।  

ମତାମତ ଦିଅନ୍ତୁ ।