ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶି କରୋନା ଭାଇରସ ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି । ଆଜି ତାଙ୍କର ସ୍ଵାବ ନମୁନା ରିପୋର୍ଟ ପଜିଟିଭ ଆସିଛି । ଏ ନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି ।

ଶାହ ମେହମୁଦ କୁରେଶି ଟୁଇଟ କରି କହିଛନ୍ତି ଶୁକ୍ରବାର ଅପରାହ୍ନରେ ସେ ସାମାନ୍ୟ ଜ୍ୱର ଅନୁଭବ କରିଥିଲେ ଏବଂ ସଙ୍ଗେ ସଙ୍ଗେ ଘରେ ନିଜକୁ ସଙ୍ଗରୋଧ କରିଥିଲେ । ପରେ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ସେ ନିଜର କୋଭିଡ୍-୧୯ ପରୀକ୍ଷା କରିବା ପରେ ରିପୋର୍ଟ ପଜିଟିଭ ଆସିଥିଲା । ଏବେ ସେ ଘରେ ସଙ୍ଗରୋଧରେ ଥିବା ବେଳେ ଘରୁ ହିଁ ନିଜର କାମ ଜାରି ରଖିବେ ବୋଲି କୁରେଶି କହିଛନ୍ତି ।

ମତାମତ ଦିଅନ୍ତୁ ।