ପାକିସ୍ତାନ ୪ ଖଣ୍ଡ ହୋଇଯିବ-ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ : ଜବାହାରଲାଲ ନେହେରୁ ୧୯୪୭ରେ ୟୁଏନଏସସିରେ ଦାଖଲ କରିଥିବା ଯାଚିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେରାଇ ଆଣିବା ଆବଶ୍ୟକ। ଏହାଦ୍ଵାରା ଏଲଓସିରେ ବିଭିନ୍ନ ପ୍ରତିବନ୍ଧକ ହଟିଯିବ। ମୁଜାଫରବାଦ ଯାଏଁ ପହଁଚି ପହଞ୍ଚି ପାରିବ ଭାରତୀୟ ସେନା। ଆଉ ପିଓକେକୁ ଭରତ ହାସଲ କରିପାରିବ ବୋଲି କହିଛନ୍ତି ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ।

ଚଣ୍ଡିଗଡର ବିଶ୍ୱବିଦ୍ୟାଳୟର ଏକ ସେମିନାରରେ ଯୋଗଦେଇ ସ୍ୱାମୀ କହିଛନ୍ତି ଯେ, ଯଦି ପାକିସ୍ତାନ ସୁଧୁରିବ ନାହିଁ ତେବେ ଆଗାମୀ ଦିନରେ ଏହା ଚାରି ଖଣ୍ଡ ହୋଇଯିବ। ଭାରତ ସରକାର ନେହେରୁଙ୍କ ଯାଚିକା ଫେରସ୍ତ ନେବା ଦିଗରେ କାମ କରିବା ଉଚିତ। ଦେଶ ସ୍ୱାଧୀନ ହେବା ପରେ ସେତେବେଳର ସରକାର କାଶ୍ମୀର ପ୍ରସଙ୍ଗକୁ ୟୁଏନକୁ ନେଇଥିଲେ। ସେଠାରେ ମଧ୍ୟସ୍ତତା କଥା ଉଠିଲା ବେଳେ ଯାହା ଭାରତ ପାଖରେ ଥିଲା ତାକୁ ଭାରତକୁ ଏବଂ ପାକ୍ ପାଖରେ ଯାହାଥିଲା ତାହାକୁ ମଧ୍ୟ ପାକିସ୍ତାନକୁ ଦିଆଯାଇଥିଲା।

ସେ କହିଛନ୍ତି ଧାରା ୩୭୦ ହଟାଇ ସରକାର ପିଓକେକୁ ଭାରତରେ ମିଶାଇବାର ରାସ୍ତା ଖୋଲିଦେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ହେଉଛନ୍ତି ମୋହରା। ତାଙ୍କ ସରକାରକୁ ଆଉ କେହି ଚଳାଉଛି। ମୋଦୀ ଅତିଶୀଘ୍ର ୟୁଏନଏସସିରେ ଏକ ଯାଚିକା ଫେରାଇନେବା ଦିଗରେ କାମ କରିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଛନ୍ତି।

ମତାମତ ଦିଅନ୍ତୁ ।