ପାଟକୁରା ନିର୍ବାଚନ ପାଇଁ ନିୟୋଜିତ ହେବେ ୪ ପ୍ଲାଟୁନ ସିଏପିଏଫ୍ : ଡିଜିପି

ଭୁବନେଶ୍ଵର : ଆସନ୍ତା ୨୦ରେ ହେବ ପାଟକୁରା ନିର୍ବଚନ ମଣ୍ଡଳୀର ନିର୍ବାଚନ ସେଥିପାଇଁ ପୋଲିସ ପକ୍ଷରୁ କଡା ସୁରୁକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ପ୍ରଚାର ଶେଷ ହେଉଥିବା ବେଳେ ବର୍ତ୍ତମାନ ଯାଏଁ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ ବୋଲି କହିଛନ୍ତି ପୋଲିସ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା । ନିର୍ବାଚନକୁ ଆଖି ଆଗରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହ ୪ ପ୍ଲାଟୁନ ସିଏପିଏଫକୁ ମୁତୟନ କରାଯାଇଛି । ତା ସହ ମୋବାଇଲ ପାଟ୍ରୋଲିଂ କୁ କଡା କଡି କରାଯାଇଛି । ସମ୍ବେଦନଶୀଳ ଅତି ସମ୍ବେଦନଶୀଳ ବୁଥ୍ ଉପରେ ପୋଲିସ କଡା ନଜର ରଖିଥିବା କହିଛନ୍ତି ପୋଲିସ ଡିଜି ।

ମତାମତ ଦିଅନ୍ତୁ ।