ପାଟକୁରା ଭୋଟ୍‌ ଗଣତି: ଆଗରେ ବିଜେଡି

ଭୁବନେଶ୍ଵର : ପାଟକୁରା ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। ଚାଲିଛି ଭୋଟ ଗଣତି। ଇତି ମଧ୍ୟରେ ୧୦ ରାଉଣ୍ଡ୍‌ ଭୋଟ୍‌ ଗଣନାରେ ବିଜେଡିର ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ଵାଲ୍‌ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ବିଜେପିର ବିଜୟ ମହାପାତ୍ରଙ୍କ ଠାରୁ ୧୪ ହଜାର ୯୫୮ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି।

ବିଜେଡି ପ୍ରାର୍ଥିନୀଙ୍କ ସପକ୍ଷରେ ୫୮ ହଜାର ୯୧୯ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପିକୁ ମିଳିଛି ୪୩,୯୬୧ ଖଣ୍ଡ ଭୋଟ୍‌। କଂଗ୍ରେସ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ପାଇଛନ୍ତି ମାତ୍ର ୧୫୩୯ ଖଣ୍ଡ ଭୋଟ୍‌।

ମତାମତ ଦିଅନ୍ତୁ ।