ପାଟନା ସହରର ଲୋକେ ସପ୍ତହେ ହେଲା ଜଳବନ୍ଦୀ

ନୂଆଦିଲ୍ଲୀ : ବିହାରର ରାଜଧାନୀ ପାଟନା ସହରର ଲୋକେ ୭ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛି। ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ରହୁଥିବା ରାଜେନ୍ଦ୍ର ନଗର ଓ ଏହାର ଆଖପାଖ ଅଞ୍ଚଳରେ ରେ ସେପ୍ଟେମ୍ବର ୨୮ ରାତିରୁ ୨ ଲକ୍ଷରୁ ଅଧିକ ଲୋକ ପାଣି ଘେରରେ ରହିଛନ୍ତି। ସପ୍ତାହେ ବିତି ଯାଇଥିଲେ ମଧ୍ୟ ବନ୍ୟା ପାଣି ନିଷ୍କାସନ ହୋଇପରିନି। ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।

ଖବର ଅନୁଯାୟୀ ବିହାରର ୧୫ଟି ଜିଲ୍ଲାରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୪୯୪ ପଞ୍ଚାୟତ ଜଳବନ୍ଦୀ ରହିଥିବା ବେଳେ ରାଜ୍ୟର ୧୯ଟି ରିଲିଫ୍ ଶିବିରରେ ୧୦ ହଜାରରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି। ଉଦ୍ଧାର କାର୍ଯ୍ୟରେ ୧୯ ଏନଡିଆରଏଫ୍, ୫ ଏସଡିଆରଏଫ ଓ ୧୦୦୦ ବୋଟ୍ ମୁତୟନ ହୋଇଛି। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ବନ୍ୟା ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରହିଛି। ଖୁବ୍ ଶୀଘ୍ର ସ୍ଥିତି ସୁଧୁରିବ।

ମତାମତ ଦିଅନ୍ତୁ ।