ପାଣି ସମସ୍ୟା ପାଇଁ ହଷ୍ଟେଲ ଛାତ୍ରୀଙ୍କ କେଶ କାଟିଲେ ପ୍ରଧାନ ଶିକ୍ଷକ

ନୂଆଦିଲ୍ଲୀ : ସ୍କୁଲରେ ପଢୁଥିବା ପିଲାଙ୍କ ସହିତ ହେଉଥିବା ବର୍ବରତା ସମ୍ପର୍କରେ ବହୁବାର ଖବର ଶୁଣିବାକୁ ମିଳିଥାଏ। କିନ୍ତୁ ତେଲେଙ୍ଗାନାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି।  ସ୍କୁଲର ଜଣେ ପ୍ରିନ୍ସପାଲ ହଷ୍ଟେଲରେ ରହୁଥିବା ୧୫୦ ଜଣ ଝିଅଙ୍କ କେଶ ମାତ୍ର ଏକ ଛୋଟିଆ କାରଣ ପାଇଁ କାଟି ଦେଇଥିବା ଜଣାପଡିଛି । ଏହି ଘଟଣାଟି ତେଲୋଙ୍ଗାନାର ମେଡକ ଜିଲ୍ଲାର ଏକ ସ୍କୁଲ ହଷ୍ଟେଲରେ ଘଟିଛି।

କୁହାଯାଉଛି ଯେ, ଏହି ସ୍କୁଲରେ ପାଣିର ଅଭାବ କାରଣରୁ ପ୍ରଧାନଶିକ୍ଷକ ୧୫୦ ଜଣ ଛାତ୍ରୀଙ୍କ କେଶ ବଳପୂର୍ବକ କାଟିଦେଇଛନ୍ତି। ଏହି କଥାର ଖୁଲାସା ସେତେବେଳେ ହୋଇଥିଲା ଯେବେ ଏହି ଛାତ୍ରୀଙ୍କର ପରିବାର ଲୋକ ତାଙ୍କୁ ଦେଖା କରିବାକୁ ହଷ୍ଟେଲ ଯାଇଥିଲେ।  ଝିଅମାନଙ୍କର  ଅଧିକ କେଶ ଥିଲେ ତାକୁ ଧୋଇବାରେ ଅଧିକ ପାଣି ସରିବ ବୋଲି ଭାବି ପ୍ରଧାନ ଶିକ୍ଷକ ତାଙ୍କର କେଶ କାଟିନେଇଥିଲେ। ଏହି ଘଟଣାପରେ ସମସ୍ତ ଛାତ୍ରୀଙ୍କ ପରିବାର ଲୋକ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ତେବେ ଏହି ସବୁ ଅଭିଯୋଗକୁ ପ୍ରଧାନଶିକ୍ଷକ ଜଣକ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଝିଅମାନଙ୍କର କେଶ ତାଙ୍କୁ ସଫାସୁତରା ରଖିବା ପାଇଁ କଟାଯାଇଛି। କାରଣ ହଷ୍ଟେଲରେ ଅନେକ ଛାତ୍ରୀଙ୍କ କେଶ ସଫା ନଥିବାରୁ ଅନେକଙ୍କ ମୁଣ୍ଡରେ ଉକୁଣୀ ହେବା ସହିତ ବହୁ ଛାତ୍ରୀ ତ୍ବଚା ସମ୍ପର୍କିତ ରୋଗରେ ପୀଡିତ। ତେଣୁ ସେମାନଙ୍କୁ ପରିଷ୍କାର ରଖିବାକୁ ଏଭଳି କରାଯାଇଛି।

ମତାମତ ଦିଅନ୍ତୁ ।