ପାଣ୍ଡିଆନଙ୍କୁ ଡାକ୍ତରଙ୍କ ଅବହେଳା କଥା କହିଲେ ମହିଳା

ଭୁବନେଶ୍ଵର : ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଆଜି ରାଉରକେଲା ଯାଇଥିଲେ ୫ଟି ସଚିବ ଭି କେ ପାଣ୍ଡିଆନ। ଏହି ଅବସରରେ ଜଣେ ସେକ୍ଟର ୨୦ର ମହିଳା ସୀମା ମୁଖି ତାଙ୍କ ଦୁଃଖ ଓ ଡାକ୍ତରଙ୍କ ଅବହେଳା ସମ୍ପର୍କରେ ପାଣ୍ଡିଆନଙ୍କୁ କାନ୍ଦି କାନ୍ଦି ଜଣାଇଛନ୍ତି। ସେ ଅଭିଯୋଗ କରିଥିଲେ ଯେ ତାଙ୍କ ନାତିଙ୍କର ସ୍ୱାସ୍ଥ୍ୟର ସ୍ଥିତି ବାବଦରେ ଡାକ୍ତରଙ୍କୁ ପଚାରିବାରୁ ଡାକ୍ତରମାନେ କୌଣସି ସୂଚନା ନଦେଇ ମୋବାଇଲରେ ବ୍ୟସ୍ତ ରହୁଛନ୍ତି। ସେହିପରି ମାସ ମାସ ଧରି ରୋଗୀଙ୍କ ପାଇଁ ବେଡ଼ସିଟ ସଫା ହେଉନଥିବା ବେଳେ ରକ୍ତ ପରୀକ୍ଷା ରିପୋର୍ଟ ନେଇ ମଧ୍ୟ ଅଭିଯୋଗ ଆଣିଥିଲେ। ଏସବୁ ଶୁଣି ପାଣ୍ଡିଆନ ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କୁ ଅଭିଯୋଗର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।