ପାହାଳରେ ଦୁର୍ଘଟଣା: ହେଲପର ମୃତ, କଟକ-ଭୁବନେଶ୍ୱର ଯାତାୟତରେ ବାଧା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ଵର ନିକଟବର୍ତ୍ତୀ ପାହାଳ ନିକଟରେ ଟ୍ରକକୁ ପଛପଟରୁ ଟିପର ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ହେଲପରଙ୍କର ମୃତ୍ୟୁ ଘଟିଛି। ଗୁରୁତର ଡ୍ରାଇଭରକୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ କଟକ-ଭୁବନେଶ୍ୱର ରାସ୍ତାରେ ଯାନବାହାନ ଚଳାଚଳ ସାମୟିକ ବନ୍ଦ ହୋଇଯାଇଛି।

ଖବର ଅନୁଯାୟୀ ବାଲିଅନ୍ତା ଥାନା ଅନ୍ତର୍ଗତ ପାହାଳ ନିକଟରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଗୋଡ଼ି ବୋଝେଇ ଟିପରକୁ ଆନ୍ଧ୍ରପ୍ରଦେଶର ଏକ ୧୮ ଚକିଆ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଫଳରେ ହେଲପର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଆନ୍ଧ୍ର ଟ୍ରକର ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି।

ମତାମତ ଦିଅନ୍ତୁ ।