ପାହାଡ଼ରୁ ଖସିଲା ମାଟି ଅତଡ଼ା, କୋରାପୁଟ-ବୋରିଗୁମ୍ମା ଯାତାୟତରେ ବାଧା

ଭୁବନେଶ୍ଵର : କୋରାପୁଟ ଜିଲ୍ଲାରେ ତିନିଦିନ ହେଲା ପ୍ରବଳ ବର୍ଷୁଛି। ଆଜି ଭୋର ସମୟରେ ରାଣିଗଡ଼ ଗାଁ ନିକଟ ପାହାଡ଼ ଉପରୁ ଖସିଛି ପଥର ଓ ମାଟି ଅତଡା। ଫଳରେ ତେଲେଙ୍ଗିରି ନଦୀବନ୍ଧ ପାର୍ଶ୍ୱ ଦେଇ ଯାଇଥିବା କୋରାପୁଟ-ବୋରିଗୁମ୍ମା ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଜିଲ୍ଲା ପ୍ରଶାସନ ରାସ୍ତା ଉପରୁ ମାଟି କାଢ଼ିବା ଆରମ୍ଭ କରିଛି। ଆଉ ଅଧିକ ବର୍ଷାହେଲେ ସ୍ଥିତି ସଙ୍ଗୀନ ହେବ ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରିଛନ୍ତି।

ମତାମତ ଦିଅନ୍ତୁ ।