ପିଏମଓର ନିର୍ଦ୍ଦେଶ, ପଲିଥିନ ପାଉଚ୍ ରେ ଦୁଗ୍ଧ ପ୍ୟାକିଙ୍ଗ କରୁଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର

ନୂଆଦିଲ୍ଲୀ: ପଲିଥିନ ପାଉଚ୍ ରେ ଖୀର ପ୍ୟାକେଜିଂ ନ କରିବା ଲାଗି ପିଏମଓଙ୍କ ପକ୍ଷରୁ ସମସ୍ତ କେନ୍ଦ୍ର ଶାସିତ ଓ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖାଯାଇଛି। ଏଭଳି ପ୍ୟାକେଜିଂ କରୁଥିବା ଡାୟରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଆଯାଇଛି ନିର୍ଦ୍ଦେଶ।

ଚଳିତବର୍ଷ ଅକ୍ଟୋବର ୨ ତାରିଖଠାରୁ ସାରା ଦେଶରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ ଉପରେ ସରକାର କଟକଣା ଲାଗୁ କରିଛନ୍ତି। କିନ୍ତୁ ଦେଶର ବିଭିନ୍ନ ଡାୟେରୀ କମ୍ପାନୀମାନେ ପଲିଥିନ ପାଉଚ୍ ରେ ଖୀର ପ୍ୟାକେଜିଂ କରି ଦୈନିକ ବଜାରକୁ ଛାଡୁଥିବାରୁ ଖୀର ପ୍ୟାକେଟ ଜରି ସଡିଲୱେଷ୍ଟ ବୃଦ୍ଧି କରୁଛି ବୋଲି ଚଣ୍ଡିଗଡର ଏକ ଆସୋସିଏସନ ଦର୍ଶାଇଛି। ଏନେଇ ପିଏମଓଙ୍କ କାର୍ଯ୍ୟାଳୟକୁ ପତ୍ର ଲେଖି ସଂଘ ଅଭିଯୋଗ କରିଛି ପ୍ରତ୍ୟେକ ଦିନ ଲକ୍ଷଲକ୍ଷ ମିଲ୍କ ପ୍ୟାକେଟ୍ ପାଉଚ୍ ସଲିଡୱେଷ୍ଟ ବୃଦ୍ଧିର କାରଣ ହୋଇଛି। ତେଣୁ କ୍ଷୀରକୁ କାଚ ବୋତଲ ପ୍ୟାକରେ ଯୋଗାଇ ଦିଆଯାଉ। ଯେ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ନ ହୋଇଛି  ଟ୍ରେଟ୍ରା ପ୍ୟାକ୍ ରେ କ୍ଷୀର ଯୋଗାଇ ଦେବାକୁ ନିବେଦନ କରାଯାଇଛି।

ମତାମତ ଦିଅନ୍ତୁ ।