ପିଓକେକୁ ବଞ୍ଚାଇପାରିବନି ପାକିସ୍ତାନ: ବିଲାଓ୍ଵଲ ଭୁଟ୍ଟୋ

ନୂଆଦିଲ୍ଲୀ : ଭାରତ ସରକାର ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ଦିନଠାରୁ ପାକିସ୍ତାନ ରାଜନୀତିରେ ସବୁକିଛି ଓଲଟପାଲଟ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସବୁଆଡୁ ଚାପରେ ଥିବା ବେଳେ ବିରୋଧୀ ଦଳମାନେ ତାଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। କିନ୍ତୁ ସେ ପାକ ଅଧିକୃତ କଶ୍ମୀର (ପିଓକେ)କୁ ବଞ୍ଚାଇପାରିବେ ନାହିଁ। ଆଜି ଏହା କହିଛନ୍ତି ପାକିସ୍ତାନର ବିରୋଧିଦଳ ନେତା ତଥା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମୁଖ୍ୟ ବିଲାଓ୍ଵାଲ ଭୁଟ୍ଟୋ। ସେ କହିଛନ୍ତି ପୂର୍ବରୁ ପାକିସ୍ତାନ ସରକାରଙ୍କ ନୀତି ଥିଲା ଶ୍ରୀନଗରକୁ ଅଧିକାର କରିବା। କିନ୍ତୁ ଏବେ ମୁଜାଫରାବାଦ ବା ପାକିସ୍ତାନ ଅଧିକୃତ କଶ୍ମୀରର ରାଜଧାନୀକୁ କିପରି ବଞ୍ଚାଇବା ପାକିସ୍ତାନର ନୀତି ହୋଇଛି।

ମତାମତ ଦିଅନ୍ତୁ ।