ପିଓକେରେ ଥିବା ଆତଙ୍କବାଦୀ କ୍ୟାମ୍ପ୍‌ ଉପରେ ସେନାର ଆକ୍ରମଣ, ଅନେକ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଭାରତୀୟ ସେନା ଆଜି ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ କ୍ୟାମ୍ପ୍‌ଗୁଡ଼ିକ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ୧୦ରୁ ୧୫ ଜଣ ଆତଙ୍କବାଦୀ ନିହତ ହୋଇଥିବା ବିଶ୍ୱାସ କରାଯାଉ ଥିଲେ ହେଁ ଭାରତୀୟ ସେନା ପକ୍ଷରୁ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ। କିନ୍ତୁ ସେନାର ସୂଚନା ଅନୁଯାୟୀ ଆକ୍ରମଣରେ ୪ଟି ଆତଙ୍କବାଦୀ ଲଞ୍ଚ୍‌ ପ୍ୟାଡ୍‌ ଧ୍ୱଂସ ହୋଇଥିବା ବେଳେ ୪/୫ ଜଣ ପାକିସ୍ତାନୀ ସୈନିକଙ୍କ ସମେତ ଜୈଶ୍‌-ଏ-ମହମ୍ମଦ ଓ ଲଶ୍କର୍‌-ଏ-ତୈବାର ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି।

ମତାମତ ଦିଅନ୍ତୁ ।