ପିପିଲି ଏନ୍‌କାଉଣ୍ଟରରେ ଅପରାଧୀ ଭାଗୀରଥି ପ୍ରଧାନ ଆହତ

ଭୁବନେଶ୍ଵର : ପୁରୀ ଜିଲ୍ଲା ପିପିଲିରେ ପୋଲିସ ଗୁଳିରେ ଅପରାଧୀ ଭାଗୀରଥି ପ୍ରଧାନ ଓରଫ ଭାଗୁ ଆହତ ହୋଇଛି। ତାର ବାମ ଗୋଡରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ତାକୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାଟି ପିପିଲି-ନିମାପଡା ଓଭରବ୍ରିଜ ତାରକାଜ ଠାରେ ଘଟିଛି। ଆହତ ଭାଗୁ ଠାରୁ ପୋଲିସ ବାଇକ, ୯ ଏମ୍‌ଏମ୍‌ ପିସ୍ତଲ ଓ ଗୋଟିଏ ଗୁଳି ଜବତ କରିଛି।

ମତାମତ ଦିଅନ୍ତୁ ।