ପି ଚିଦମ୍ବରମ ଓ ପୁଅ କାର୍ତ୍ତିଙ୍କୁ ଇନ୍ଦ୍ରାଣୀ ଦେଇଥିଲେ ୩୫.୫ କୋଟି ଲାଞ୍ଚ

ନୂଆଦିଲ୍ଲୀ : ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗତକାଲି ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ, ପୁଅ କାର୍ତ୍ତି ଚିଦମ୍ବରମ ଓ ଅନ୍ୟ ୧୨ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ବିଶେଷ ବିଚାରପତି ଲାଲ ସିଂଙ୍କ ସମ୍ମୁଖରେ ଦାଖଲ ହୋଇଥିବା ଚାର୍ଜସିଟରେ ରହିଛି ଚାଞ୍ଚଲ୍ୟକର ତଥ୍ୟ। ଇନ୍ଦ୍ରାଣୀ ମୁଖାର୍ଜୀ ଚିଦମ୍ବରମ ଓ ପୁଅ କାର୍ତ୍ତି ଚିଦମ୍ବରମଙ୍କୁ ୩୫.୫ କୋଟି ଟଙ୍କା ଲାଞ୍ଚ ଦେଇଥିବା ଜଣାଯାଇଛି। ଏହି ଟଙ୍କା ସିଂଗାପୁର, ମରିସସ, ବରମୁଡା, ଇଂଲଣ୍ଡ ଓ ସ୍ୱିଜରଲାଣ୍ଡରେ ଦିଆଯାଇଥିବା ଉଲ୍ଲେଖ ରହିଛି। ଆସନ୍ତା ସୋମବାର ସ୍ଵତନ୍ତ୍ର ବିଚାରପତି ଅଜୟ କୁମାର କୁହର ଏହି ମାମଲାରେ ଶୁଣାଣି କରିବେ ବୋଲି ଜଣାଯାଇଛି।

ମତାମତ ଦିଅନ୍ତୁ ।