ପୁଣି ଧରାପଡିଲା ସେକ୍ସ ରାକେଟ : ୫ ଯୁବତୀଙ୍କ ସହ ୨୭ଜଣ ଗିରଫ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଔରେୟାରେ ହାଇପ୍ରୋଫାଇଲ ସେକ୍ସ ରାକେଟ ଠାବ କରିଛି ପୋଲିସ । ମଙ୍ଗଳବାର ରାତିରେ ପୁଲିସ ଟିମ୍ ସହରର କିଛି ସ୍ଥାନରେ ତନାଘନା ଆରମ୍ଭ କରିଥିଲା । ଯେଉଁଥିରେ ପାଞ୍ଚଜଣ ଯୁବତୀଙ୍କ ସମେତ ୧୧ଯୁବକ ଓ ୧୬ଜଣ ଦଲାଲଙ୍କୁ ଗିରଫ କରି ହାଜତରେ ରଖି ପଚରାଉଚରା କରିଛି।

ପୋଲିସ ଅଧୀକ୍ଷକ ସୁନୀତିଙ୍କ ଅଧକ୍ଷତାରେ ଏହି ମହିଳା ଥାନା ପ୍ରଭାରୀ ନିଲମ ପାଣ୍ଡେ ଓ ସହଯୋଗୀ ବିଭିନ୍ନ ସ୍ଥାନକୁ ଯାଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ। ଉକ୍ତ ସ୍ଥାନରୁ ଯୁବକ ଯୁବତୀଙ୍କ ସହ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଉଦ୍ଧାର କରିଥିଲେ । ଏହି ସେକ୍ସ ରାକେଟରେ ଜଣେ ବଡ଼ ବ୍ୟବସାୟୀର ପୁଅର ହାତ ରହିଛି ବୋଲି ପୋଲିସ ଅନୁମାନ କରିଥିବା ବେଳେ ଯଥାଶୀଘ୍ର ଅଭିଯୁକ୍ତକୁ ଧରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି।

ମତାମତ ଦିଅନ୍ତୁ ।