ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେଲା ଆଦିବାସୀ ଖାଦ୍ୟ ମେଳା

ଭୁବନେଶ୍ଵର: ଓଡିଶାର ଜଙ୍ଗଲରୁ ଉତ୍ପାଦିତ ଖାଦ୍ୟ ସାମଗ୍ରୀକୁ ନେଇ ଆଜିଠୁଁ ଆଦିବାସୀ ଖାଦ୍ୟ ମେଳା ଆରମ୍ଭ ହୋଇଛି। ପଦର୍ଶନୀ ପଡିଆରେ କଳିଙ୍ଗ ପୁସ୍ତକ ମେଳା ପରିସରରେ ଆୟୋଜିତ ଖାଦ୍ୟ ମେଳାରେ ୫ଟି ଷ୍ଟଲ ରହିଛି। ଏଥିରେ ବିଭିନ୍ନ ଜଙ୍ଗଲ ଜାତ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହେବ।

ସେଥିପାଇଁ ସ୍ଥାନୀୟ ରେଡକ୍ରସ୍ ଭାବନଠାରେ ଏକ କାର୍ମଶାଳା ପିକକ୍ ପକ୍ଷରୁ କରଯାଇଥିଲା। କେନ୍ଦୁଝର, ସୁନ୍ଦରଗଡ, ଦେଓଗଡ, ବରଗଡ, ନବରଙ୍ଗପୁର, ଖୋର୍ଦ୍ଧା, କନ୍ଧମାଳ, କଟକ, ସମ୍ବଲପୁର, ଢେଙ୍କାନାଳ, ବୌଦ୍ଧ ଓ ମୟୂରଭଞ୍ଜ ଜିଲ୍ଲାରୁ ଆସିଥିବା ଶହେରୁ ଊର୍ଦ୍ଧ୍ଵ ଆଦିବାସୀ ମହିଳା ଯୋଗଦେଇଥିଲେ। ସମାନଙ୍କ ସହିତ ବିଶେଷଜ୍ଞମାନେ ମଧ୍ୟ ଜଙ୍ଗଲଜାତ ଖାଦ୍ୟ ସାମଗ୍ରୀର ଉପାଦେୟତା ଓ ଆବଶ୍ୟକତା ସଂକ୍ରାନ୍ତରେ ଉପରେ ଆଲୋଚନା କରିଥିଲେ। ଖାଦ୍ୟ ମେଳାର ଉଦାଘାଟନୀ ଉତ୍ସବରେ ଖାଦ୍ୟ କମିଶନର ସଦସ୍ୟା ଡଃ ସିପ୍ରା ମଲ୍ଲିକ, ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ ପ୍ରଦୀପ କୁମାର ବିଶ୍ଵାଳ, ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, ପିକକ୍ ର ନିର୍ଦ୍ଦେଶିକା ଡଃ ମିନାକ୍ଷୀ ପଣ୍ଡା ପ୍ରମୁଖ ପାରମ୍ପାରିକ ଖାଦ୍ୟର ଉପାଦେୟତା ଉପରେ ଆଲୋକପାତ କହିଥିଲେ। ଏହି ଖାଦ୍ୟ ମେଳାର ଉଦାଘାଟନୀ ଉତ୍ସବରେ ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସ୍ଵାଗତ ଭାଷଣ ଦେଇଥିଲେ।

ମତାମତ ଦିଅନ୍ତୁ ।