ପ୍ରମୋଦ ସାହୁଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

ଭୁବନେଶ୍ୱର : କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଲିଃର ସଭାପତି ପ୍ରମୋଦ କୁମାର ସାହୁ ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହେବାପରେ ରାଜ୍ୟ ସମବାୟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ତାଙ୍କୁ ବହିଷ୍କାର ନୋଟିସ୍ ଜାରି କରାଯାଇଛି। କାହିଁକି ସୋସାଇଟିର ସଭ୍ୟ ଓ ସଭାପତି ପଦରୁ ବହିଷ୍କାର କରାନଯିବ ସେଥିପାଇଁ ୭ଦିନ ମଧ୍ୟରେ ଉତ୍ତର ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ। ଓଡ଼ିଶା ସମବାୟ ସୋସାଇଟି ଆକ୍ଟ-୧୯୬୨ର ଧାରା -୩୨ ଅନ୍ତର୍ଗତ ତାଙ୍କୁ ସୋସାଇଟିର ସମସ୍ତ କାର୍ଯ୍ୟରେ ସାମିଲ ହେବା ଉପରେ କଟକଣା ଜାରି କରାଯାଇଥିବା ବେଳେ ସୋସାଇଟିର ଉପସଭାପତିଙ୍କୁ ଅସ୍ଥାୟୀ ସଭାପତି ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମତାମତ ଦିଅନ୍ତୁ ।