ଫିଲିପାଇନ୍ସରେ ଭୂକମ୍ପ

ନୂଆଦିଲ୍ଲୀ : ଫିଲିପାଇନ୍ସରେ ଆଜି ସକାଳ ୯ଟା (ଭାରତୀୟ ସମୟ ସକାଳ ୬ଟା ୩୦ ମିନିଟ)ରେ ଭୂକମ୍ପ ଅନୁଭୂତ ହୋଇଛି। ରିଚର ସ୍କେଲରେ ଏହାର ତୀବ୍ରତା ୬.୬ ଥିଲା ବୋଲି ଜଣାପଡିଛି। ଭୂମିକମ୍ପର କେନ୍ଦ୍ର ମାନିଲାଠାରୁ ୯୭୨ କିମି ଉତ୍ତର-ପୂର୍ବରେ ଥିବା କୋଟାବାଟୋ ରାଜ୍ୟର ଟୁଲୁନାନ ସହର ବୋଲି ଫିଲିପାଇନ୍ସର ଜାତୀୟ ଭୂକମ୍ପ ଓ ଆଗ୍ନେୟଗିରି ବିଜ୍ଞାନ ସଂସ୍ଥାନ ପକ୍ଷରୁ କୁହାଯାଇଛି। ତେବେ ଭୂକମ୍ପ ଯୋଗୁଁ ସୁନାମୀର କୌଣସି ଆଶଙ୍କା ନାହିଁ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।