ଫିଲ୍ମ ଚରିତ୍ରକୁ ବୁଝିବା ପାଇଁ ଘରେ ଘରେ କାମ କରୁଥିଲେ ଏଇ ଅଭିନେତ୍ରୀ

ମୁମ୍ବାଇ : ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ସାଣ୍ଡ କି ଆନ୍‌ଖ। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତ୍ରୀ ତାପ୍‌ସୀ ପନ୍ନୁ ଓ ଭୂମି ପେଡ୍‌ନେକର। ଫିଲ୍ମଟିକୁ ଦର୍ଶକ ପସନ୍ଦ କରିଥିବା ବେଳେ ଏହି ଫିଲ୍ମରେ ଅଭିନୟ ପାଇଁ ଦୁହିଁଙ୍କୁ କ’ଣ କରିବାକୁ ପଡ଼ିଥିଲା ସେ ସମ୍ପର୍କରେ କହିଛନ୍ତି।

ଏକ ସାକ୍ଷାତକାରରେ ଭୂମି କହିଛନ୍ତି ତାଙ୍କୁ ଫିଲ୍ମ ପାଇଁ ହୁକ୍କା ଟାଣିବାକୁ ପଡ଼ିବା ସହ ଗୋବର ହାତ ହେବାକୁ ପଡ଼ିଥିଲା। ଗାଁର ଜଣେ ମହିଳାଙ୍କୁ ଯାହା ସବୁ କରିବାକୁ ପଡ଼େ, ସେ ସବୁ ଭୂମି କରିଥିଲେ। ତାପ୍‌ସୀ ମଧ୍ୟ ଫିଲ୍ମରେ ଦେଖାଯାଇଥିବା ଦୃଶ୍ୟ ସବୁକୁ ସତରେ କରିବା ପରେ କ୍ୟାମେରା ଆଗରେ ସୁଟ୍‌ କରିଥିଲେ ବୋଲି କହିଛନ୍ତି। ଏ ମଧ୍ୟରେ ଭୂମିଙ୍କୁ ନେଟ୍‌ଫ୍ଲିକ୍ସରେ ଆସୁଥିବା ତାଙ୍କ ସୋ’ ଲଷ୍ଟ ଷ୍ଟୋରିଜ୍‌ ବିଷୟରେ ପଚରାଯାଇଥିଲା। ସତରେ କ’ଣ ସେ ନିଜ ଚରିତ୍ରକୁ ଜୀବନ୍ତ କରିବା ପାଇଁ ଘରେ ଘରେ କାମ କରୁଥିଲେ କି ପ୍ରଶ୍ନରେ ଭୂମି କହିଥିଲେ ମୁଁ ସବୁବେଳେ ମୋ ଚରିତ୍ରଟି କିଭଳି ଦର୍ଶକଙ୍କୁ ବାସ୍ତବ ଲାଗିବ, ସେ ପ୍ରୟାସରେ ଥାଏ। ତେଣୁ ଲଷ୍ଟ ଷ୍ଟୋରିଜ୍‌ ପାଇଁ ମୁଁ ରହୁଥିବା ଆପାର୍ଟମେଣ୍ଟରେ ସମସ୍ତଙ୍କ ଘରକୁ ଯାଇ ସଫେଇ କାମ କରୁଥିଲି। ଜଣେ ଗୃହ ସହାୟିକାର କାମ ଭଲ ଭାବରେ ବୁଝିବା ସହ ଚରିତ୍ରକୁ କିଭଳି ଜୀବନ୍ତ କରି ପାରିବି ସେଥିପାଇଁ ମୁଁ ଏଭଳି କରିଥିଲି ବୋଲି ଭୂମି କହିଛନ୍ତି।

ମତାମତ ଦିଅନ୍ତୁ ।