ଫିଲ୍ମ ପୋଷ୍ଟରକୁ ନେଇ ବିବାଦରେ ପପୁ ପମ୍‌ପମ୍‌

ଭୁବନେଶ୍ଵର : ପୁଣି ବିବାଦରେ ଓଲିଉଡ୍ ଅଭିନେତା ପପୁ ପମପମ। ତାଙ୍କ ଅଭିନୀତ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ଭୁବନେଶ୍ଵର ମହିଳା ଥାନାରେ ଏତଲା ଦେଇଛନ୍ତି ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି।

ସୂଚନାଯୋଗ୍ୟ ଯେ, ସୋସିଆଲ ମିଡିଆରେ ପପୁ ପମପମଙ୍କ ଅପକମିଂ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟର ଭାଇରାଲ୍ ହୋଇଛି। ପୋଷ୍ଟରରେ ପପୁଙ୍କୁ ଏକ ରଥର ସାରଥୀ ଭଳି ଚିତ୍ରଣ କରାଯାଇଥିବା ବେଳେ ଏହି ରଥର ଘୋଡ଼ା ଭାବେ ୭ ଜଣ ଯୁବତୀଙ୍କୁ ରଖାଯାଇଛି। ଯେଉଁମାନଙ୍କ ନିୟନ୍ତ୍ରଣ ପପୁଙ୍କ ହାତରେ ରହିଛି। ଏହି ଦୃଶ୍ୟକୁ ନେଇ ସାମାଜିକ କର୍ମୀ ଲିଙ୍କନ ଆପତ୍ତି ଉଠାଇଛନ୍ତି। ପପୁ ପମପମ ଆକ୍ସନ ମହିଳାଙ୍କ ପ୍ରତି ଅପମାନ ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।