ଫେସ୍ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଫେସ୍ ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ସୂଚୀରୁ ବାଦ ଦେଇଛନ୍ତି। ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଫେସ୍ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରର ଉପଲବ୍ଧତା କିମ୍ବା ସୁଲଭତା ସମ୍ପର୍କରେ ରାଜ୍ୟରୁ କୌଣସି ଅଭିଯୋଗ ନଆସିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଅତ୍ୟାବଶ୍ୟକ ତାଲିକାରୁ ଉତ୍ପାଦ ଗୁଡିକୁ ସରକାର ହଟାଇବା ପରେ ଏହି ଦୁଇଟି ଜିନିଷର ଉତ୍ପାଦନରେ ନିୟୋଜିତ ଥିବା କମ୍ପାନୀ ଗୁଡିକ ଏବେ ନିଜ ହିସାବରେ ଫେସ୍ ମାସ୍କ ଓ ସାନିଟାଇଜର ମୂଲ୍ୟ ଧାର୍ଯ୍ୟ କରିପାରିବେ।

ଜରୁରୀ ଦ୍ରବ୍ୟ ଅଧିନିୟମ ୧୯୫୫ରେ ସମସ୍ତ ଦ୍ରବ୍ୟର ମୂଲ୍ୟ ଓ ଷ୍ଟକକୁ ନିୟନ୍ତ୍ରଣ କରିବା ପାଇଁ କଠୋର ବ୍ୟବସ୍ଥା ରହିଛି, ଯାହା ଆଇନ ଅନୁଯାୟୀ ଜରୁରୀ ଭାବରେ ତାଲିକାଭୁକ୍ତ। ମାର୍ଚ୍ଚ ମାସରେ ଦେଶରେ କୋଭିଡ-୧୯ ମାମଲା ବଢ଼ିବା ପରେ ବଜାରରେ ଫେସ୍ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ଅଭାବ ଦେଖାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ଦ୍ରବ୍ୟର ମୂଲ୍ୟ ଓ ଷ୍ଟକକୁ ନିୟନ୍ତ୍ରଣ କରିବା ପାଇଁ ଫେସ୍ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ସୂଚୀରେ ସାମିଲ କରିଥିଲେ।

ମତାମତ ଦିଅନ୍ତୁ ।