ବଦଳିଲା ନିଷ୍ପତ୍ତି : ଅନ୍‌ଲାଇନ୍‌ ସହ ଅଫ୍‌ଲାଇନ୍‌ରେ ମିଳିବ ପ୍ରଦୂଷଣ ପ୍ରମାଣପତ୍ର

ଭୁବନେଶ୍ୱର : ପ୍ରଦୂଷଣ ପ୍ରମାଣପତ୍ର ନେଇ ରାଜ୍ୟ ସରକାର ନିଜର ନିଷ୍ପତ୍ତି ବଦଳାଇଛନ୍ତି। ଆହୁରି ୩ ମାସ ଯାଏଁ ଅଫ୍‌ଲାଇନ୍‌ରେ ପ୍ରଦୂଷଣ ପ୍ରମାଣପତ୍ର ମିଳିପାରିବ। ସାଧାରଣ ଲୋକଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଲୋକଙ୍କୁ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମାଧ୍ୟମରେ ପ୍ରମାଣପତ୍ର ହାସଲ କରିବାକୁ ଅପିଲ କରିଛନ୍ତି। ଏ ନେଇ ପରିବହନ ବିଭାଗ ତରଫରୁ ସମସ୍ତ ଜିଲ୍ଲାପାଳ, ଏସ୍‌ପି, ଡିସିପି ଓ ଆରଟିଓ କାର୍ଯ୍ୟାଳୟକୁ ନୋଟିସ୍‌ ଜାରି କରାଯାଇଛି।

ନୋଟିସ୍‌ ଅନୁସାରେ ଲୋକେ ଡିସେମ୍ବର ୩୧ ଯାଏଁ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମାଧ୍ୟମରେ ପ୍ରଦୂଷଣ ପ୍ରମାଣପତ୍ର ନେଇପାରିବେ। ପୂର୍ବରୁ ଅକ୍ଟୋବର ୧ରୁ ଅନ୍‌ଲାଇନ୍‌ ମାଧ୍ୟମରେ ପ୍ରଦୂଷଣ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଥିଲା।

ଯାନବାହନ ତୁଳନାରେ ରାଜ୍ୟରେ ପ୍ରଦୂଷଣ ଟେଷ୍ଟିଂ କେନ୍ଦ୍ରଗୁଡ଼ିକ କମ୍‌ ଅଛି। ଫଳରେ ପ୍ରଦୂଷଣ ଟେଷ୍ଟିଂ ପାଇ ଲୋକଙ୍କୁ ଦୀର୍ଘ ସମୟ ଧରି ଲାଇନ୍‌ରେ ଅପେକ୍ଷା କରିବାକୁ ପଡୁଛି। ଅନ୍ୟପକ୍ଷରେ ଉଚ୍ଚଶିକ୍ଷିତ ଲୋକେ ଅନ୍‌ଲାଇନ୍‌ ପ୍ରକ୍ରିୟାରୁ ଅଧିକ ଲାଭ ଉଠାଇ ପାରୁଥିବା ବେଳେ ଅଫ୍‌ଲାଇନ୍‌ ମାଧ୍ୟମରେ ସାଧାରଣ ଲୋକଙ୍କୁ ପ୍ରଦୂଷଣ ପ୍ରମାଣପତ୍ର ଗ୍ରହଣ କରିବା ସୁବିଧା ହେଉଛି।

ମତାମତ ଦିଅନ୍ତୁ ।